ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରେରଣ

ନାଉଗାଁ , (ଓ୍ବାଇଏନଏସ): ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ବାନ କ୍ରମେ ଜଗତସିଂହପୁର ଜିଲ୍ଲା ନାଉଗାଁ ଖଣ୍ଡ ସ୍ଥାନୀୟ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ପରିଚାଳନା ସମିତି ଦ୍ଵାରା ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପୋଷ୍ଟ କାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଖକୁ ଗୁରୁବାର ଚିଠି ପ୍ରେରଣ କରିଛନ୍ତି। ଦୀର୍ଘ ବର୍ଷ ଧରି ବିନା ସରକାରୀ ବେତନରେ ମହାବିଦ୍ୟାଳୟରେ କାର୍ଯ୍ୟ କରିଆସୁଛନ୍ତି। ଆଗାମୀ ଦିନରେ ସଂଘର ଦାବି ପୂରଣ ନ ହେଲେ ଆସନ୍ତା ସେପ୍ଟେମ୍ବର ୨୨ରୁ ହେବାକୁ ଥିବା ବିଧାନସଭା ମୌସୁମୀ ଅଧିବେଶନରେ ସଂଘ ପକ୍ଷରୁ ଜଗନ୍ନାଥ ଧାମ ପୁରୀରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ ବୋଲି ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନା ଥାଉକି ନାଉଗାଁ ବ୍ଲକରେ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ସହିତ ଦେବୀଦୋଳସ୍ଥିତ ମା’ କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏଥିରେ ପାଖାପାଖି ୪୦ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ