ବିଧାନସଭା ବନ୍ଦକୁ ନେଇ ବର୍ଷିଲା ବିଜେପି
ଭୁୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) ୧୭ଟି କାର୍ଯ୍ୟଦିବସ ପୁର୍ବରୁ ବିଧାନସଭାର ଶୀତ କାଳୀନ ଅଧିବେସନକୁ ଅନିର୍ଦ୍ଧିଷ୍ଟ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରପାୟଣ ପାତ୍ର । ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ଅଧିବେସନ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା ମାତ୍ର ବହୁ ପୁର୍ବରୁ ଅଧିବେସନକୁ ବନ୍ଦ କରିଦିଆଗଲା ବୋଲି ଅଭିଯୋଗ କରିଛି ବିଜେପି । ବିଜେପିର କହିବା କଥା , ଯଦି କାର୍ଯ୍ୟନିଘଣ୍ଟ ନଥିଲା ତେବେ ଡିସ୍ମ୍ର ୧୯ ତାରିଖ ପର୍ପ୍ୟନ୍ତ କାହିଁକି ଅଧିବେସନ ବସିବ ବୋଲି ଘୋଷଣା ହୋଇଥିଲା । ଏହା ପୁର୍ବରୁ ବିଧାନସଭାକୁ ବନ୍ଦ କରିବା ସମ୍ପୁର୍ଣ୍ଣ ଅଗଣତାନ୍ତ୍ରକିକ ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।


