କିଟ ବିଶ୍ୱବିଦ୍ୟାଳୟରେ ଟେବୁଲଟେନିସ ପ୍ରିମିୟର ଲିଗ୍

ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ଆସନ୍ତା ଡିସେମ୍ବର ୪ରୁ ୮ ତାରିଖ ପର‌୍ୟ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟ ପରିସରରେ ୩ୟ ଟେବୁଲଟେନିସ ପ୍ରିମିୟର ଲିଗ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗୀତାରେ ଯାଜପୁରର କଳିଙ୍ଗ ଗୃପ ଅପଂ ଇନଷ୍ଟିଚ୍ୟୁସନ ପକ୍ଷରୁ ଯାଜପୁର ସୁଟର ଟିମ୍ ଖେଳିବ । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦୀରରେ ଜର୍ସି ଉନ୍ମୋଚନ କରାଯାଇଥିଲା । ମାଙ୍କ ପାଖରେ ଜର୍ସିକୁ ପୂଜା କରିବା ପରେ ଦଳ ପାଇଁ ଶୁଭେଚ୍ଛା କାମନା କରିଥିଲେ । ଏଥିରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,କେଜିଆଇ ଅଧ୍ୟକ୍ଷ ଆଲେକଜାଣ୍ଡାର ଦାସ,ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ,ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ