ମନ୍ତ୍ରୀଙ୍କ କରକମଳରେ ସାମାଜିକ ନାଟକ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମ ବଡ଼ ସାହି ଠାରେ ଶ୍ରୀ ଶ୍ରୀ ଭାଗବତ ସ୍ବାମୀ ନାଟ୍ୟ ସଂସଦ ତରଫରୁ ” ସ୍ବପ୍ନ ହଜିଗଲା ଆଖି ଲୁହରେ ” ସାମାଜିକ ନାଟକ ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ମୁଖ୍ୟ ପରିଚାଳକ ଧୃବଚରଣ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ନାଟକକୁ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ନିଜ ବକ୍ତବ୍ୟରେ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାର ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ପୋଲସରା ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବ୍ଲକ ଅଧ୍ଯକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଏନଏସି ଅଧ୍ଯକ୍ଷାଙ୍କ ପ୍ରତିନିଧି ଶିଶିର ବେହେରା, ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସତ୍ଯବାନ ସାହୁ, ସମାଜସେବି ବଂଶଧର ନାୟକ, ସାଂସଦ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ସମାଜସେବୀ ଘନଶ୍ୟାମ ଦାସ, ସରପଞ୍ଚ ଧିରେନ୍ଦ୍ର କୁମାର ସେଠୀ, ଶୁସିତ କୁମାର ସାହୁ, ଦିପିକା କୁମାରୀ ବାରିକ, ଉତ୍କଳ ପ୍ରଧାନ, ବସନ୍ତ କୁମାର କରଣ, ସୁଲଚନା ଦାସ, ଚନ୍ଦ୍ରଭାନୁ ସାହୁ, ସମିତି ସଭ୍ଯ ପ୍ରସାଦ କୁମାର ସାହୁ, କାଳୀ ଚରଣ ବେହେରା, ଶିବଶଙ୍କର ନାୟକ, ମନୋଜ କୁମାର ପ୍ରଧାନ, କାହ୍ନ ଚରଣ ସାହୁ, ଲୁଲୁ ସାହୁ, ସୁକାନ୍ତ ଭୂୟାଁ, ମନୋଜ କୁମାର ପ୍ରଧାନ, ପାଣୁ ନାହାକ ସମେତ ବହୁ ସରପଞ୍ଚ, ସମିତି ସଭ୍ଯ ଓ ବହୁ ମାନ୍ଯଗଣ୍ଯ ବ୍ୟକ୍ତି ଉପସ୍ଥିତ ଥିଲେ। ପଞ୍ଚାୟତ ବିଜେଡି ସଭାପତି ଭଗବାନ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗୌତମ ବାଡତ୍ଯା ନିର୍ଦ୍ଦେଶନା ପ୍ରଦାନ କରିଥିଲେ।, ଉପଦେଷ୍ଟା ବିଜୟ କୁମାର ପ୍ରଧାନ ଓ ପାବନ ନାହାକ, ସଭାପତି ପ୍ରଶାନ୍ତ ଦାସ ନିଜର ଦାୟିତ୍ୱ ସୁଚାରୁଭାବେ ତୁଲାଇଥିବା ବେଳେ ଭଗବତ ସ୍ବାମୀ ନାଟ୍ୟ ସଂସଦର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ