ଗ୍ରାମରେ ଅନୈତିକ କାର୍ଯ୍ୟକଳାପ ସମ୍ପର୍କରେ ମହିଳାମାନଙ୍କ ପକ୍ଷରୁ ଏସଡିପିଓଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମର ପଶ୍ଚିମେଶ୍ୱର ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ଅତିରିକ୍ତ ଜିଲ୍ଲାପାଳ ଓ କେନ୍ଦ୍ରାପଡା ଏସଡିପିଓଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେହି ଗ୍ରାମର ଜନୈକ ମହିଳା ଅନ୍ୟ ଗ୍ରାମର କଲେଜରେ ପଢୁଥିବା ନାବାଳିକା ଝିଅ ଓ ବିବାହିତା ମହିଳାମାନଙ୍କୁ ଡକାଇ ତାଙ୍କ ଘରେ ଆପତ୍ତିଜନକ ତଥା ଅନୈତିକ କାର୍ଯ୍ୟ କରୁଛନ୍ତି । ଏମିତିକି ବିଭିନ୍ନ ସମୟରେ ସଂପୃକ୍ତ ମହିଳା ଜଣଙ୍କ ନାବାଳିକାମାନଙ୍କୁ ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏଭଳି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ପୂର୍ବରୁ ପାଟକୁରା ଥାନାରେ ଜଣାଇଥିବା ବେଳେ ପୋଲିସ ବିଭିନ୍ନ ସମୟରେ ସେଠାରେ ଚଢାଉକରି କେତେକ ଯୁବତୀଙ୍କୁ ଉଦ୍ଧାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାପରେ ସଂପୃକ୍ତ ମହିଳା ଅଭିଯୋଗକାରୀମାନଙ୍କୁ ବିଭିନ୍ନ ସମୟରେ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଥାନାରେ ମିଛ କେଶ କରିବାକୁ ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଥିସହିତ ଗ୍ରାମର ପ୍ରାୟ ୩୦ଜଣଙ୍କ ନାମରେ ସେହି ମହିଳା ଜଣଙ୍କ ବିଭିନ୍ନ ମିଥ୍ୟା ମାମଲା କରିଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରୁନିଲତା ବେହେରା, ଲତା ଦାସ, ବେଙ୍ଗଲତା ସାହୁ, ମମତା ଦାସ, ସତ୍ୟଭାମା ବେହେରା, ସଂଯୁକ୍ତା ମାହାଳି, କୁନିଲତା ସୂତାର, କାଞ୍ଚନ ମାହାଳି, ସୁଚିତ୍ରା ନାଥ, କବିତା ଦାସ, ମଞ୍ଜୁଲତା ମାହାଳି ପ୍ରମୁଖ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ