ପୈାର ପରିଷଦର ସ୍ୱଛସାଥି ସୁପରଭାଇଜରଙ୍କ ଦରମା ବୃଦ୍ଧି ଓ ସ୍ଥାୟୀ ନିଯୁକ୍ତି ପାଇଁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାର ପରିଷଦରେ କାର୍ଯ୍ୟରତ ସ୍ୱଛସାଥି ଓ ସୁପରଭାଇଜରମାନେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଦୀଘ୭ ୪ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେମାନେ ଅନଲାଇନ ଓ ଅଫଲାଇନ ଜରିଆରେ ନିରବଛିନ୍ନ ଭାବେ ସେବା ପ୍ରଦାନ କରିଆସୁଛନ୍ତି । ସରକାରଙ୍କ ନିର୍ଦେଶ ଅନୁଯାୟୀ ସେମାନେ ସହରର ପୃଥକ କରଣ ଅଳିଆ, ଆବର୍ଜ୍ଜନାକୁ ସଂଗ୍ରହ କରିବା, ସର୍ଭେ କରିବା ଏବଂ କୋଭିଡ ଭଳି ମହାମାରୀ ସମୟରେ ସେମାନଙ୍କ ଜୀବନକୁ ବାଜି ଲଗାଇ ନିଷ୍ଠାପର ଭାବେ ସେବା ଯୋଗାଇ ଦେଇ ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଅନ୍ୟ କର୍ମଚାରୀଙ୍କ ଭଳି ସର୍ବନିମ୍ନ ଦରମା ପ୍ରଦାନ କରାଯାଇ ନାହିଁ କି ସମ୍ମାନ ଦିଆଯାଇ ନାହିଁ । ଅତ୍ୟନ୍ତ ସ୍ୱଳ୍ପ ଦରମାରେ ଆଜିର ବଜାର ଦର ବୃଦ୍ଧି ପାଇଥିବା ବେଳେ ସେମାନେ ପରିବାରକୁ ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡିଛି । ତେଣୁ ପୈାର ପରିଷଦରେ କାର୍ଯ୍ୟରତ ସମସ୍ତ ସ୍ୱଛସାଥି ଓ ସୁପରଭାଇଜରମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ସର୍ବନିମ୍ନ ଦରମା ପ୍ରଦାନ, ନିୟମିତ କର୍ମଚାରୀଙ୍କ ଭଳି ବାର୍ଷିକ ସବୈତନିକ ଛୁଟି ପ୍ରଦାନ, ୟୁଜର ଫିସ ଆଦାୟ ବେଳେ ର୍ଦୁବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ବୀମାଭୁକ୍ତ କରାଯିବା,ପ୍ରସୁତି ସମୟରେ ୬ମାସ ସବୈତନିକ ଛୁଟି ପ୍ରଦାନ ଭଳି ଦାବି ରହିଛି । ସ୍ୱଛସାଥି ପୁଷ୍ପଞ୍ଜଳି ପାତ୍ର, ଇତିଶ୍ରୀ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ