ଗଞ୍ଜାମ କ୍ରୀଡ଼ା ମହୋତ୍ସବ ପାଇଁ ବେଲଗୁଣ୍ଠାରେ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଗାମୀ ଦିନରେ ଗଞ୍ଜାମ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଜୋନ୍,ପଞ୍ଚାୟତ ସମିତି ଏବଂ ପଂଚାୟତ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ରୋଶନ୍ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢୀ,ଗୋଷ୍ଠୀ ଶିକ୍ଷାଅଧିକାରୀ ପ୍ରସନ୍ନ କୁମାର ବେହେରା,ସହକାରୀ ନୀର୍ବାହୀ ଯନ୍ତ୍ରୀ ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ସ୍ତରୀୟ, ବ୍ଳକ୍ ସ୍ତରୀୟ ଏବଂ ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ବ୍ଳକ୍ ର ସମସ୍ତ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ମାନେ ଯୋଗ ଦେଇ ପ୍ରତ୍ୟେକ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ପୂର୍ଣ୍ଣ ସହଯୋଗ କରିବା ଦିଗରେ ମତ ରଖିଥିଲେ I ପ୍ରକାଶ ଥାଉକି ଆସନ୍ତା ୧୭ ଏବଂ ୧୮ ତାରିଖରେ ବ୍ଳକ୍ ର କ୍ଷତ୍ରିୟବରପୁର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ବୁକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦ ତାରିଖରେ ସେହି ସ୍ଥାନରେ ହିଁ ବେଲଗୁଣ୍ଠା, ଭଞ୍ଜନଗର ଏବଂ ସୋରଡ଼ା ବ୍ଳକ୍ ର ଛାତ୍ରଛାତ୍ରୀଙ୍କୁ ନେଇ ଜୋନ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ I ତେଣୁ ଏହା ପୂର୍ବରୁ ପଞ୍ଚାୟତ ସ୍ତରୀୟ ପ୍ରତିଯୋଗିତା ଆୟୋଜିତ କରିବା ପାଇଁ ବିଡ଼ିଓ ଶ୍ରୀ ଶତପଥୀ ନିର୍ଦ୍ଦେଶ ଦେଇଥିଲେ I ପ୍ରତ୍ୟେକ ସ୍ତରର ପ୍ରତିଯୋଗିତା କିପରି ବ୍ଳକ୍ ର ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ସେ ଦିଗରେ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ I ବେଲଗୁଣ୍ଠା କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ i

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ