ବାବାସାହେବ ଆମ୍ବେଦକର ଦଳିତ ସଙ୍ଘ ପକ୍ଷରୁ ଦଳିତ ବର୍ଗଙ୍କୁ ନିର୍ଯ୍ୟାତନା ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାବା ସାହେବ ଆମ୍ବେଦକ ଦଳିତ ସଙ୍ଘ ଓ ଗରିବ ବନ୍ଧୁ ନାରୀଶକ୍ତି ସ୍ୱଛ ଭାରତ ସ୍ୱେଛାସେବୀ ସଙ୍ଘ ପକ୍ଷରୁ ମିଳିତ ଭାବରେ ଦଳିତ ବର୍ଗଙ୍କୁ ନିର୍ଯ୍ୟାତନା ବିରୋଧରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜନଗର ଥାନାର କେଶ ନମ୍ବର – ୪୧୪/୨୨, ୪୨୩/୨୨ରେ ଦଳିତ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିବା ବେଳେ ସେହି କେଶର ଅଭିଯୋଗକାରୀଙ୍କ ବିରୋଧରେ କାଉଁଟର ମାମଲା ରୁଜୁ କରାଯାଇ ଦଳିତ ବର୍ଗର ଅଭି÷ଯାଗକାରୀ୮୍‌କୁ ଭୟଭିତ କରାଯାଉଥିବା ଅଭିଯୋଗ ହୋଇଛି । ଆହୁରି ଅଭିଯୋଗ ହୋଇଛି ଯେ ଥାନା ଅଧିକାରୀ ଜାଣିଶୁଣି କେଶ ନମ୍ବର – ୩୫୭/୨୨ରେ ଦଳିତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏତଦ୍ ବ୍ୟତିତ କେନ୍ଦ୍ରାପଡା କୋର୍ଟରୁ ୪/୨୨, ୫/୨୨ ଓ ୨୯/୨୨ ଏଭଳି ୩ଗୋଟି ୧ ସି.ସି. କେଶ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଦଳିତ ନିର୍ଯ୍ୟାତନା ମାମଲା ରୁଜୁ ନକରି ଅଭିଯୋଗକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଏସ.ଡି.ପି.ଓ.ଙ୍କୁ ସାକ୍ଷାତ କରିବା ପରେ ବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ତେଣୁ ଉପରୋକ୍ତ ଦଳିତ ନିର୍ଯ୍ୟାତନା ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସଙ୍ଘର ସମ୍ପାଦକ ଉତ୍ତମ କୁମାର ମଲିକ, ଲକ୍ଷ୍ମୀପ୍ରିୟା ମଲିକ, ପ୍ରମୋଦ ପରିଡା, ଦୈା୍ରପଦୀ ମଲିକ, ରଞ୍ଜୁଲତା ମଲିକ, କଳ୍ପନା ମଲିକ, ବିଷ୍ଣୁପ୍ରିୟା ମଲିକ, କେଶବ ମଲିକ, ନିରୁପମା ମଲିକ, ମାଣିକ ମଲିକ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ