ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିବି ରୋଗୀଙ୍କ ମଙ୍ଗଳବାର ପୁଷ୍ଟିକର ଆହାର ଯୋଗାଣ ଶୁଭାରମ୍ଭ ହୋଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିିନ୍ଦେ ଯୋଗଦେଇ ଚିହ୍ନଟ ଯକ୍ଷ୍ମାରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ରାସନ କିଟ୍ ପ୍ରଦାନ କରିଛନ୍ତି । ଜିଲ୍ଲାରେ ଟିବି ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା କରାଯାଇଥିଲେ ବି ପୁଷ୍ଟିକର ଆହାର ଅଭାବରୁ ଗରିବ ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରୁନାହାନ୍ତି । ସେମାନଙ୍କୁ ନିୟମିତ ପୁଷ୍ଟିକର ଆହାର ଯୋଗାଇଦେବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଛନ୍ତି । ୬ମାସ ମଧ୍ୟରେ ଟିବି ରୋଗୀ ଉପଯୁକ୍ତ ପୋଷଣ ଓ ଔଷଧ ପାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ ଡାକ୍ତର ଦୁଲାଲସେନ ଜଗଦ୍ଦେବ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୱ କରିବା ସହିତ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଅଭିମୁଖ୍ୟ ଓ କାର୍ଯ୍ୟକାରିତାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାରେ ଚିହ୍ନଟ ୧୪୯୧ ଟିବି ରୋଗୀଙ୍କୁ ନିଃଶୁଳ୍କ ଔଷଧ ପ୍ରଦାନ କରାଯାଉଥିବା ବେଳେ ଉତ୍ତମ ପୋଷଣ ପାଇଁ ଚାଉଳ, ଡାଲି, ବାଦାମ, ମିଲ୍କ ପାଉଡର ସମ୍ବଳିତ କିଟ୍ ଦିଆଯିବ । ଏହା ପ୍ରତ୍ୟେକ ବ୍ଲକସ୍ତରରେ ଆଶାକର୍ମୀଙ୍କ ଦ୍ୱାରା ରୋଗୀଙ୍କ ଘରକୁ ଘର ପ୍ରଦାନ ସହ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ । ୨୦୨୫ ମସିହା ସୁଦ୍ଧା ଟିବି ମୁକ୍ତ ଭାରତ ନିର୍ମାଣର ଲକ୍ଷ୍ୟକୁ ସଫଳ କରିବାରେ ଏହି ଅଭିଯାନ ବେଶ ସହାୟକ ହେବ ବୋଲି ସିଡିଏମଓ ଆଶା ପ୍ରକାଶ କରିଥିଲେ । ଏହି ଅଭିଯାନ କାର୍ଯ୍ୟକାରିତାରେ ‘ନିକ୍ଷୟ ମିତ୍ର’ ଭାବେ ସହଯୋଗର ହାତ ବଢ଼ାଉଥିବା ସ୍ୱେଚ୍ଛାସେବୀ ସଂଗଠନ, ଶିଳ୍ପାନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସିଡିଏମଓ ଡାକ୍ତର ଜଗଦ୍ଦେବ କୃତଜ୍ଞତା ଜଣାଇଥିଲେ । ଏହି ଅଭିଯାନରେ ଟାଟା ଷ୍ଟିଲ ଫାଉଣ୍ଡେସନ, ହାଇଲାଣ୍ଡ ଏଗ୍ରୋ ଫୁଡ, ଇଣ୍ଡିଆନ ଓଏଲ, ଫାଲକନ ମେରାଇନ, ଆଇସିଆଇସିଆଇ ବ୍ୟାଙ୍କ, ହରି ଉଦ୍ୟୋଗ, ଇମାମୀ ପେପର ମିଲସ, ଓରି ପ୍ଲାଷ୍ଟ, ଅଙ୍କୁର ପ୍ଲାଷ୍ଟିକ ପ୍ରଭୃତି ଶିଳ୍ପାନୁଷ୍ଠାନ ସମେତ ସିଡିଏମଓ ଡାକ୍ତର ଜଗଦ୍ଦେବ, ଏଡିଏମଓ ଡାକ୍ତର ମୃତ୍ୟୁଞୟ ମିଶ୍ର, ଡାକ୍ତର ସୁମିତ୍ରା ଦେ, ଡାକ୍ତର ରଞ୍ଜନ କୁମାର ନାୟକ, ବିଶ୍ୱରଞ୍ଜନ ନାୟକ, ଶରତ ଦାସମହାପାତ୍ର ପ୍ରମୁଖ ନିକ୍ଷୟ ମିତ୍ର ଭାବେ ସହାୟତା ପ୍ରଦାନ କରିଛନ୍ତି । ଡିପିଏମ ଅନୀଲ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ ଫାଉଣ୍ଡେସନର ସିଏସଆର ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ, ମ୍ୟାନେଜର ଅକ୍ଷୟ କୁମାର ନାୟକ, ହରି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ସଂଜୟ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ