ଗଞ୍ଜାମ ଜିଲ୍ଲାପାଳଙ୍କ ଆସିକାରେ ବନ୍ୟା କ୍ଷତିଗ୍ରସ୍ତ ବିଦ୍ୟାଳୟ ପରିଦର୍ଶନ

ଆସିକା(ୱାଇଏନ୍‍ଏସ୍‍) : ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ, ବସଷ୍ଟାଣ୍ଡ ସ୍ଥିତ ପ୍ରାଥମିକ ବିଦ୍ୟାଳୟ, କେ.ନୁଆଁପଲ୍ଲୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ଗୁଡିକର ଶିକ୍ଷା ଭିତ୍ତିଭୂମୀ ସଂପୁର୍ଣ୍ଣ ରୂପେ ଦୋହଲି ପଡିଥିବା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନ ଗୁଡିକର ଆସବାବପତ୍ର ଠାରୁ ଆରମ୍ଭ କରି କାଗଜପତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବନ୍ୟାପାଣିରେ ଭିଜି ନଷ୍ଟ ହୋଇଯାଇଛି । ବନ୍ୟାପାଣି ଛାଡିଛି । ଛାର୍‍ଖାର୍‍ ହୋଇଯାଇଛି ଆସିକା ଅଞ୍ଚଳର କେତେକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମୀ । ପ୍ରଳୟଙ୍କରୀ ବନ୍ୟାର ପ୍ରଖର ସ୍ରୋତରେ କେଉଁଠି କାଦୁଅ ତ ଅନ୍ୟ କେଉଁଠି ପଟୁ ମାଡିଯାଇଛି । ସଫା କରି କରି ନୟାନ୍ତ ହେଲେଣି ବହୁ ଶିକ୍ଷକ । ପ୍ରଳୟଙ୍କରୀ ବନ୍ୟା ପ୍ରଭାବରେ ଆସିକାରେ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆସିକା ସହରର କେନ୍ଦ୍ରସ୍ଥଳରେ ଥିବା ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଡିଜିଟାଲ୍‍ କ୍ଲାସରୁମ୍‍ ଠାରୁ ଆରମ୍ଭ ଇ-ଲାଇବ୍ରେରୀ, ଆଧୁନିକ କମ୍ପ୍ୟୁଟର ଲ୍ୟାବ୍‍, ପ୍ୟାନେଲ୍‍ ବୋର୍ଡର, ବିଜ୍ଞାନାଗାର ସମେତ ଅନ୍ୟାନ୍ୟ ମୂଲ୍ୟବାନ ଉପକରଣ ନଷ୍ଟ ହୋଇଯାଇଥିଲା ବେଳେ ଆଧୁନିକ ଶିକ୍ଷାରୂପକ ସ୍ୱପ୍ନ ଦେଖିଥିବା ବହୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଯାଇଛି । ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ ଶନିବାର ଆସିକା ଗସ୍ତରେ ଆସି ବନ୍ୟା କ୍ଷତିଗ୍ରସ୍ତ ପିଏମ୍‍ଶ୍ରୀ ହରିହର ହାଇସ୍କୁଲ, ବସଷ୍ଟାଣ୍ଡ ସ୍ଥିତ ପ୍ରାଥମିକ ବିଦ୍ୟାଳୟ, କେ.ନୁଆଁପଲ୍ଲୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ଏବଂ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରି ବନ୍ୟା ବିପନ୍ନ ଛାତ୍ରଛାତ୍ରୀମାନଙ୍କ ସହ ଭାବର ଆଦାନପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନ ଗୁଡିକର କ୍ଷୟକ୍ଷତି ସଂପର୍କରେ ପଚାରି ବୁଝିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢୀ ବନ୍ୟା ପ୍ରଭାବିତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ କିଟ୍‍ ବଣ୍ଟନ କରିବା ସାଙ୍ଗକୁ ଭଲ ପାଠ ପଢି ଆଗାମୀ ପରୀକ୍ଷାରେ କୃତିତ୍ୱର ସହ ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନଙ୍କ ଆସିକା ଅଞ୍ଚଳର ବନ୍ୟା କ୍ଷତିଗ୍ରସ୍ତ ବିଦ୍ୟାଳୟଗୁଡିକୁ ପରିଦର୍ଶନ ସମୟରେ ଭଂଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଆସିକା ତହସିଲଦାର ସଙ୍ଗୀତା ସେଣ, ଏବିଡିଓ ସୁଶାନ୍ତ କୁମାର ବେହେରା, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଏସ୍‍.ଧନଞ୍ଜୟ, ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି ଓ ବିଜୟ କୁମାର ସ୍ୱାଇଁ ଏବଂ ଶିବକୁମାର ନାୟକ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଏବିଇଓ ଭଂଜ ବେହେରା, ସହକାରୀ ଶିକ୍ଷାଧିକାରୀ ଶିବରାମ ବେହେରା, ସିଆର୍‍ସିସି ସୌଦାମିନି ହୋତା, ଶିଶିରକାନ୍ତ ବେହେରା, ଚନ୍ଦ୍ରଶେଖର ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ପ୍ରଳୟଙ୍କରୀ ବନ୍ୟା ଆସିକା ଅଞ୍ଚଳର ବହୁ ଶିକ୍ଷାନୁଷ୍ଠାନକୁ ଦେଇଯାଇଛି ଅଜସ୍ର ଦୁଃଖ ଓ ଦୁର୍ଦ୍ଦଶା । ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ ଏବଂ ଆସିକା ବିଧାୟକ ସରୋଜ କୁମାର ପାଢୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲକୁ ପରିଦର୍ଶନ ସମୟରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିତ୍‍ କୁମାର ଦାଶ, ଅର୍ଚ୍ଚନା ପାଢୀ, ପ୍ରଶାନ୍ତ କୁମାର ନାୟକ, ମମତା କୁମାରୀ ଭଂଜ, ରଶ୍ମିତା କୁମାରୀ ମିଶ୍ର, ନର୍ମଦା କୁମାରୀ ସ୍ୱାଇଁ, ଚନ୍ଦ୍ରିକା ସୁନା, ଅଜିତ୍‍ କୁମାର ରଣା, ମନୋରଂଜନ ପଣ୍ଡା, ସବିତା ତ୍ରିପାଠୀ, ବଟକୃଷ୍ଣ ଗୌଡ, ଗାୟତ୍ରୀ ପାତ୍ର, ଜୁଲି ରଥ, ପ୍ରଜ୍ଞା ପରମିତା ପ୍ରଧାନ, ଲକ୍ଷ୍ମୀବାଇ ପାତ୍ର, ରୋଜାଲିନ୍‍ ପଟ୍ଟନାୟକ, ଦେବେନ୍‍ ନାୟକ, ଅନିଲ୍‍ ବେହେରା, ଆଦିତ୍ୟ ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁ, ଦେବାଶିଷ୍‍ ପାତ୍ର, ଅଶୋକ କୁମାର ଗୌଡ, ଶୈଳେନ୍ଦ୍ରୀ ସେଠୀ, ଗଣେଶ ପଟ୍ଟନାୟକଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ