କାଳୀ ପ୍ରସାଦ ସାମନ୍ତରାୟ ଥିଲେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ, ସଂଗଠକ କାଳୀ ପ୍ରସାଦ ସାମନ୍ତରାୟଙ୍କ ୬୦ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ବମିଖାଲସ୍ଥିତ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀଠାରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଯୋଜନା କରି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ସ୍ୱର୍ଗତ କାଳୀପ୍ରସାଦ ଏକାଧାରରେ ଥିଲେ ସଂଗଠକ, ରକ୍ତଦାତା, ବହୁ ଶିକ୍ଷାନଷ୍ଠାନର ନିର୍ମାତା, ପରିବେଶବିତ୍ ସହିତ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା ପ୍ରଦାନ କରିବା, ତଥା ଗରିବ, ଅସହାୟମାନଙ୍କୁ ମାଗଣାରେ ବୈଷୟିକ ଶିକ୍ଷା ପ୍ରଦାନ କରିବା ସହିତ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ମୁଖ୍ୟ ପରିଚାଳକ ତଥା ବିଶିଷ୍ଟ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ଏକାଡେମୀର ଅଧ୍ୟକ୍ଷ ଶେଷଦେବ ବଳିୟାରସିଂ, ରାଷ୍ଟ୍ର ମହାନ୍ତି, ଗୌତମୀ ସାମନ୍ତରାୟ, ସାଧୁକୃପା ସାମନ୍ତରାୟ ଯୋଗଦେଇ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମା, ମାଟି, ମାତୃଭାଷାର ଏକ ସମର୍ପିତ ବ୍ୟକ୍ତିସତ୍ତା ଥିଲେ ବୋଲି ସ୍ମୃତିଚାରଣ କରି ମତ ବ୍ୟକ୍ତ କରିଥିଲେ । ବାର୍ଷିକ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ତାଙ୍କ ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀର ବିଦ୍ୟାର୍ଥୀମାନେ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ ଗୀତାଞ୍ଜଳି ଜେନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ