ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲାର ନୂତନ କମିଟି ଘୋଷଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ କସ୍ତୁରୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହଯୋଗରେ ନୂତନ ଭାବେ ଭୁବନେଶ୍ୱର ଜିଲ୍ଲା କମିଟି ଘୋଷଣା କରଯାଇଛି । ନୂତନ ଭାବେ ଘୋଷଣା ହୋଇଥିବା କମିଟିରେ ୧୨ ଜଣ ଉପସଭାପତି, ୨୬ଜଣ ସାଧାରଣ ସମ୍ପାଦିକା, ୪୪ଜଣ ସମ୍ପାଦିକା, ଜଣେ ଗଣମାଧ୍ୟମ ସଂଯୋଜକ ଏବଂ ୭୫ଜଣ ସଦସ୍ୟଙ୍କ ସମେତ ମୋଟ ୧୫୯ଜଣଙ୍କୁ ମନୋନୀତ କରାଯାଇଛି । ଏହି ନୂତନ କମିଟି ଘୋଷଣା ପରେ ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏକାମ୍ର ଭୁବନେଶ୍ୱର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ୱର ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ସ୍ନେହାଙ୍ଗିନୀ ଛୁରିଆ ଏବଂ କସ୍ତୁରୀ ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ନୂତନ କମିଟି ତୃଣମୂଳସ୍ତରରୁ ଦଳକୁ ସୁଦୃଢ କରାଯାଇ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ପ୍ରୟାସ ଜାରି ରଖିବ ବୋଲି ଶ୍ରୀମତୀ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ