ରାସ୍ତା ଜାତୀୟ ରାଜପଥ ଭାବେ ଘୋଷଣା କରିବାକୁ ସାସଂଦଙ୍କ ଦାବି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ପ୍ରଦେଶର ପଲାସା ଠାରୁ ଛତିଶଗଡର ରାଇପୁର ଯାଏଁ ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି କରିବା ପାଇଁ ସଂସଦରେ ଦାବି କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ. ଏହି ଜାତୀୟ ରାଜପଥ ଓଡ଼ିଶାର ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ମୁନିଗୁଡା, ଭବାନୀପାଟଣା ଏବଂ ପଦମପୁର ଦେଇଯିବ. ଏଥିପାଇଁ ୨୦୨୧ମସିହାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବ ସହ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳାୟକୁ ମଧ୍ୟ ଜଣାଇଛନ୍ତି. ୨୦୧୫ ମସିହାରେ ଏଥିପାଇଁ ପ୍ରସ୍ତାବ ମଧ୍ୟ ରହିଥିଲା. ଆଜି ଯାଏଁ ଏହା କାର୍ଯ୍ୟକାରୀ ହୋଇନାହିଁ. ଏହାହେଲେ ପାରଳାଖେମୁଣ୍ଡି ସମେତ ଓଡିଶା, ଆନ୍ଧ୍ର, ଛତିଶଗଡ ମଧ୍ୟରେ ଉତ୍ତମ ଯୋଗାଯୋଗ ସମ୍ଭବ ହୋଇପାରିବ. ଏହି ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନତି ମଧ୍ୟ ସମ୍ଭବ ହୋଇପାରିବ ବୋଲି ସେ କହିବା ସହ ତୁରନ୍ତ ଏହାକୁ ଜାତୀୟ ରାଜପଥ ଭାବେ ଘୋଷଣା କରି କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି.


