ପୂର୍ବ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୂର୍ବ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଗୈାରୀଶଙ୍କର ହୋଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ରାଜ୍ୟ ସଭାପତି ଚିତ୍ତରଞ୍ଜନ ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ସୈାମ୍ୟରଞ୍ଜନ ଧଳ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରମିଳା ସାମଲ, ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ଜିଲ୍ଲା ଉପସଭାନେତ୍ରୀ ଝିଲି ଦାସ, କାର୍ଯ୍ୟନିର୍ବାହୀ ମୁଖ୍ୟ ମହେଶ୍ୱରେ ଗୋଛାୟତ, ମହାକାଳପଡା ବ୍ଲକ ସଭାପତି ରଘୁନାଥ ସେଠୀ, କାଞ୍ଚନବାଳା ସ୍ୱାଇଁ, ଶିବପ୍ରସାଦ ନାଥ, ଲତା ନାଥ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଭଳି ଏକ ସରକାରୀ କାର୍ଯ୍ୟାଳୟରୁ ବହୁ ସଂଖ୍ୟକ ସଂଗଠିତ ନିର୍ମାଣ ଶ୍ରମିକ କାର୍ଡ ଅନୁମୋଦନ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା । ଚଳିତବର୍ଷ ବିନା କୈାଣସି ତଦନ୍ତରେ ବହୁ ସଂଖ୍ୟକ ଅଣ ସଂଗଠିତ କାର୍ଡର ଅନୁମୋଦନ କରାଯାଇଥିବା, ଅତ୍ୟଧରକ ମଦ୍ୟପାନ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ କର୍ମଚାରୀ ଓ କେତେକ ଅଧିକାରୀ ସାଧାରଣ ଜନତାଙ୍କୁ ନାହିଁ ନଥିବା ହଇରାଣ ହରକତ କରୁଥିବା, ପଞ୍ଜିକୃତ ନିର୍ମାଣ ଶ୍ରମିକର ୬୦ବର୍ଷ ଭିତରେ ମୃତ୍ୟୁ ହେଲେ ତାଙ୍କର ଉତ୍ତରାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ନିୟମ ଥିବା ବେଳେ ୬୨ବର୍ଷରେ ମୃତ୍ୟୁ ବରଣ କରିଥିବା ତିରୋନାଥ ରଣାଙ୍କ ସମ୍ପର୍କୀୟଙ୍କୁ ମୃତ୍ୟୁ ଜନିତ ସରକାରୀ ସହାୟତା ପ୍ରଦାନ କରାଯାଇଥିବା, ଅନ୍ୟଜଣେ ମୃତ ଶ୍ରମିକ ସୁରେନ୍ଦ୍ର ନାଥ ପରିଡାଙ୍କ ଦୂର୍ଘଟଣା ଜନିତ ମୃତ୍ୟୁ ଦର୍ଶାଇ ତାଙ୍କ ନୋମିନୀ ପୂର୍ଣ୍ଣଚନ୍ଦ୍ର ପରିଡାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ବେଳେ ପ୍ରଦାନ କରାଯାଇଥିବା ଠିକଣାରେ ସେଭଳି କୈାଣସି ଲୋକ ନଥିବା ଅଭିଯୋଗ ହୋଇଛି । ବିଗତ ୨୦୨୨ଜୁନମାସରୁ ମୃତ୍ୟୁକାଳୀନ ସହାୟତା ୧୫୩ଜଣଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ କ୍ରୀୟାକର୍ମ ପାଇଁ ୫ହଜାର ଟଙ୍କା ଦିଆଯାଇନଥିବା ଅଭିଯୋଗ ହୋଇଛି । ଜାନକୀ ମଳିକଙ୍କ ମୃତ୍ୟୁ ବେଳକୁ ତାଙ୍କ ପରିଚୟ ପତ୍ରରେ ୫୮ ବର୍ଷ ବୟସ ଥିବା ବେଳେ ଆଧାର କାର୍ଡରେ ୬୩ବର୍ଷ ହୋଇଥିବାରୁ ତାଙ୍କ ନୋମିନୀଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯିବ ନାହିଁ ବୋଲି ଶ୍ରମ କାର୍ଯ୍ୟାଳୟର ଡବ୍ଲୁ. ସି. ସଂଗ୍ରାମ ସାହୁ କହିଥିଲେ । କିନ୍ତୁ ମୃତକଙ୍କ ସ୍ୱାମୀ ୨୦ହଜାର ଟଙ୍କା ଉତ୍କଚ ଦେବା ପରେ ତାଙ୍କ ସପକ୍ଷରେ ୨ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯେଉଁ ନିର୍ମାଣ ଶ୍ରମିକଙ୍କର ଲଗାତର ୩ବର୍ଷ ବାର୍ଷିକ ଦେୟ ରସିଦ ନଥିବ ଡବ୍ଲୁ. ସି. ସେମାନଙ୍କ ଠାରୁ ବର୍ଷ ପିଛା ୧୦ହଜାର ଟଙ୍କା ନେଇ ଜାଲ କମ୍ପ୍ୟୁଟର ରସିଦ ଦେଉଥିବା ଅଭିଯୋଗ କରିଥିଲେ । ସରକାରୀ ନିୟମାନୁସାରେ ମୃତ୍ୟୁକାଳୀନ ସହାୟତା ଘୋଷଣା କରିବା ପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନୋଟିସ ବୋର୍ଡରେ ନୋଟିସ ଲଗାଇବାର ନିୟମ ଥିବା ବେଳେ ସେସବୁ କରାନଯାୟୀ ମୃତ୍ୟୁକାଳୀନ ସହାୟତା ପାଇଁ ଫାଇଲ ପିଛା ୨୦ହଜାର ଟଙ୍କା ଉତ୍କଚ ନିଆଯାଇ ବ୍ୟାପକ ହରିଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରମ କାର୍ଯ୍ୟାଳୟରେ ସଫ୍ଟ ୱୟାର ନଥିବା ବେଳେ ଶ୍ରମ କମିଶନର କିଛି ଦିନ ପାଇଁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ନିମନ୍ତେ ସଫ୍ଟ ୱୟାର ଆଲଟମେଣ୍ଟ କରିଥିବା ବେଳେ ସେହି ସମୟରେ ବହୁ ପରିମାଣର ଉତ୍କଚ ନିଆଯାଇ ବହୁ ସଂଖ୍ୟକ ସଂଗଠିତ ଶ୍ରମିକ କାର୍ଡ ଅନୁମୋଦନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗତ ୩.୦୨.୨୦୨୧ରିଖରେ ପତ୍ର ସଂଖ୍ୟା ୨୨୨ରେ ଡି.ଏଲ.ସି. ମହେଶ୍ୱର ନାୟକ ଶ୍ରମ କମିଶନରଙ୍କୁ ଜଣାଇଥିଲେ କି କେନ୍ଦ୍ରାପଡା ଜିଲ୍ଲାରେ ସର୍ବମୋଟ ଉପରେ ୬୫ଟି ୟୁନିଅନର ୩୧ହଜାର ୬୨୩ଟି ବ୍ୟାକଲଗ୍ ଫାଇଲ ଅଛି । ସେହି ବ୍ୟାକଲଗ ଫାଇଲ ମଧ୍ୟରୁ ୧୫ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କ ଆବେଦନପତ୍ରକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଗୁପ୍ତ ଭାବେ ନଷ୍ଟ କରି ଦିଆଯାଇଥିବା ଅଭିଯୋଗ ହୋଇଛି । ଡି.ଏଲ. ସି. ଦର୍ଶାଇଥିବା ୬୫ଟି ଟ୍ରେଡ ୟୁନିଅନର ବ୍ୟାକଲଗ ଫାଇଲ ଗୁଡିକୁ ଉପେକ୍ଷା କରି ଏସ.ଓ.ଏସ.ବି. ନାମକ ଏକ ଟ୍ରେଡ ୟୁନିଅନର ଫାଇଲ ଗୁଡିକୁ ବହୁତ ଅର୍ଥ ଉତ୍କଚ ନିଆଯାଇ କିପରି ଭାବେ ଅନୁମୋଦନ କରାଯାଇଛି ତାହାର ତଦନ୍ତ ସହ ଉପରୋକ୍ତ ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବାକୁ ସଙ୍ଘ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ