ଶିକ୍ଷକଙ୍କ ଅଣଦେଖା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବାମନଘାଟୀ ବନ୍ଦ ସଫଳ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):୨୦୦୭ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଆଦିବାସୀ ସାନ୍ତାଳୀ,ହୋ ଏବଂ ମୁଣ୍ଡାରୀ ଶତାଧିକ ବହୁଭାଷୀ ଶିକ୍ଷକମାନଙ୍କୁ ସ୍ବଳ୍ପ ବେତନରେ ନିଯୁକ୍ତି ଦେଇଥିଲେ ।ଇତି ମଧ୍ୟରେ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କ ଚାକିରୀ କୁ ସ୍ଥାୟୀ କରାଯାଉନାହିଁ ।ମାତ୍ର ୩୫୦୦ ଟଙ୍କା ଵେତନ ଯାହାକି ଦିନ ମଜୁରିଆଙ୍କଠାରୁ କମ ବେତନରେ ଦିର୍ଘ ବର୍ଷ ହେଲା ଖଟି ଆସୁଛନ୍ତି । ଶିକ୍ଷା ବିଭାଗରେ ୬ ବର୍ଷ ଅତିକ୍ରାନ୍ତ ହେଲେ ସେମାନଙ୍କୁ ସ୍ଥାୟୀ କରାଯାଉଛି ହେଲେ ଏହି ଆଦିବାସୀ ବହୁଭାଷୀ ଶିକ୍ଷକଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି । ସେମାନଙ୍କୁ ସ୍ଥାୟୀ କରାଯାଉ ନାହିଁ ।ସେହି ବହୁଭାଷୀ ଶିକ୍ଷକମାନେ ସରକାରଙ୍କୁ ନିଜର ଅଧିକାରର ଗୁହାରୀ ଜଣାଇବା ପାଇଁ ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ମାଟି ଦାଣ୍ଡବୋଷରୁ ସୁଦୂର ଭୂବନେଶ୍ବରକୁ ଚାଲି ଚାଲି ଯାଇଛନ୍ତି । ଏପର୍ଯ୍ୟନ୍ତ ସେମାନଙ୍କ ସହ ସରକାରଙ୍କ ଆଲୋଚନା ହୋଇନାହିଁ ।ଏବେବି ଭୂବନେଶ୍ବରର ଧାରଣାରେ ବସିଛନ୍ତି । ବହୁଭାଷୀ ଶିକ୍ଷକଙ୍କ ଧାର୍ଯ୍ୟ ଦାବିକୁ ସମର୍ଥନ କରି ବିଭିନ୍ନ ସଂଗଠନ ପକ୍ଷରୁ ଡ଼ିସେମ୍ବର ୨୦ ତାରି ଦିନ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି ।ସେହି ଡାକରାରେ ବାମନଘାଟୀ ଉପଖଣ୍ଡ ସଂପୁର୍ଣ୍ଣ ପ୍ରଭାବିତ । ବ୍ୟାଙ୍କ,ଚକ ଅଖ, ଦୋକାନ ବଜାର , ବାଣିଜ୍ୟ ପ୍ରତିଷ୍ଠାନ, ହୋଟେଲ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସଂପୁର୍ଣ୍ଣ ଭାବେ ଆନ୍ଦୋଳନକାରୀ ମାନେ ବନ୍ଦ କରାଇଛନ୍ତି ।ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ମ୍ୟୁନିସିପାଲଟି, ଗୋରୁମହିଷାଣୀ,ବହଳଦା,ବାଦାମ ପାହାଡ଼,ବିଜାତଳା,ଵିଶୋଇ,ଯାମଦା ଏବଂ ତିରିଂବ୍ଳକ ସଂପୂର୍ଣ୍ଣ ପ୍ରଭାବିତ । ରାଇରଙ୍ଗପୁରରେ ବନ୍ଦ ଆନ୍ଦୋଳନରେ ବିଚ୍ଛିନ୍ନାଞ୍ଚଳ ଝାଡ଼ଖଣ୍ଡ ଆଦିବାସୀ ମୂଳବାସୀ ମଂଚର ଆବାହକ ତଥା ମୟୂରଭଞ୍ଜ ପୂର୍ବତନ ସାଂସଦ ଇଞ୍ଜିନିୟର ରାମଚନ୍ଦ୍ର ହାଁସଦା,ଆସେକା ସଂଗଠନ ସଂପାଦକ ଜୀତେନ୍ଦ୍ର ନାଥ ବାସ୍କେ,ମାସା ଆର୍ମି ସଂଗଠନର‌ସୁନିଲ ସୋରେନ, ମାସାଂ ହେମ୍ବ୍ରମ,ରାମ ମୁର୍ମୁ,ଚନ୍ଦନ ବାସ୍କେ, ଜଗନ୍ନାଥ ମୁର୍ମୁ,ଖିଦୁ ମାରାଣ୍ଡି,ସୁନ୍ଦର ମୋହନ ଟୁଡୁ, ବିଘ୍ନେଶ୍ୱର ବାସ୍କେ, ରାମଚନ୍ଦ୍ର ମାର୍ଣ୍ଡୀ,ମଧୁ ହେମ୍ବ୍ରମ,ଆୟୂଷ ମୁର୍ମୁ,ପିଥୁ ମୁର୍ମୁ, ଶଙ୍କର ମୁର୍ମୁ,ସାନ ମୁର୍ମୁ, ପେସା ସଂଗଠନ ଏବଂ ଗ୍ରାମ ପାରଗନାର ସଦସ୍ୟମାନେ ଆନ୍ଦୋଳନ ଏବଂ ବନ୍ଦ ର ନେତୃତ୍ବ ନେଇଥିଲେ । ଶାନ୍ତି ଶୃଙ୍ଖଳା ର ସହ ବନ୍ଦ ପାଳନ ହେବା ସହ ବାମନଘାଟୀ ଉପଖଣ୍ଡ ବାସୀ ଶିକ୍ଷକମାନଙ୍କ ଦାବିକୁ ଅକୁଣ୍ଠ ସହଯୋଗ କରିଥିବାରୁ ବାମନଘାଟୀ ଉପଖଣ୍ଡ ବାସୀଙ୍କୁ ଭାଷା ଆର୍ମି ବାମନଘାଟୀ ସଭାପତି ସୁନିଲ ସୋରେନ କୃତଜ୍ଞତା ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ