ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଚୁକ୍ତିଭିତ୍ତି କନିଷ୍ଠ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱରସ୍ଥିତ ଶିକ୍ଷକ ଭବନଠାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ବ୍ଲକ, ଜିଲ୍ଲା, ରାଜ୍ୟ ଓ ରାଜ୍ୟସ୍ତରୀୟ ନେତୃବୃନ୍ଦମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କନଷ୍ଠ ଶିକ୍ଷକ ସଂଘମାନଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ସରକାରଙ୍କୁ ପୁନଃବିଚାର କରିବାକୁ ଅନୁରୋଧ କରାଯିବା ସହ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଗଲା ।ଓଡ଼ିଶାର ମାନ୍ୟବର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା ୧୫.୧୦.୨୦୨୨ରିଖରେ ଜନ୍ମଦିନ ଉପଲକ୍ଷେ ଏକ ଐତିହାସିକ ଘୋଷଣା କରିଥିଲେ ଯେ, ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିର ଯୁଗ ଶେଷ ହେଲା ଓ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଘୋଷଣା କରାଗଲା । ମହାବାତ୍ୟା ପରେ ରାଜ୍ୟର ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛଳ ନଥିବାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇଥିଲେ ଓ ବର୍ତ୍ତମାନ ରାଜ୍ୟ ବଳକା ଆର୍ଥିକସ୍ଥିତିରେ ରହିଛି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସଂଖ୍ୟାରେ ମାତ୍ରାଧିକ ଥିବା କନିଷ୍ଠ ଶିକ୍ଷକ ବାତ୍ୟା ସମୟରେ ନିଯୁକ୍ତି ପାଇ ଅତି ସ୍ୱଳ୍ପ ଦରମାରେ କାର୍ଯ୍ୟ କରି ରାଜ୍ୟର ରାଜକୋଷକୁ ସମୃଦ୍ଧି କରିଛନ୍ତି । ମାତ୍ର ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୂର୍ବପରି ବାଦ ପଡ଼ିଯାଇଛନ୍ତି । ସେମାନଙ୍କର ଚୁକ୍ତିଭିତ୍ତିକ ଉଚ୍ଛେଦ ନ କରି ସ୍କିମର ଆଳ ଦେଖାଇ ସେମାନଙ୍କୁ ସବୁବେଳେ ଅବହେଳିତ, ନିଷ୍ଫେସିତ ଓ ବର୍ଗୀକରଣ କରାଯାଇଛି ।ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟ କନିଷ୍ଠ ଶିକ୍ଷକମାନେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଚୁକ୍ତିଭିତ୍ତିକ ଉଚ୍ଛେଦ ପାଇଁ ମାନ୍ୟବର ୫-ଟି ସଚିବଙ୍କ ସହ ଭିଡ଼ିଓ କନଫ୍ରେନ୍ସ ଏବଂ ୧୩.୧୦.୨୦୨୨ରିଖରେ ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କନିଷ୍ଠ ଶିକ୍ଷକ ସଂଘର ଦାବି କନିଷ୍ଠ ଶିକ୍ଷକଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ମିଳିଥିଲା । ତା ୧୫.୧୦.୨୦୨୨ରିଖରେ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା ହେଲା । ସରକାର ସଂଘ ସହିତ ଯୋଗାଯୋଗ କରି ଜଣାଇଲେ କି କନିଷ୍ଠ ଶିକ୍ଷକମାନଙ୍କର କମ୍ ଦିନ ଭିତରେ ଦ୍ୱିତୀୟ ପର୍ଯ୍ୟାୟରେ ନିୟମିତ କରାଯିବ । ତାପରେ ୨୬.୧୦.୨୦୨୨ରିଖରେ ସରକାରଙ୍କ ତରଫରୁ ଏକ ବୈଠକର ଆୟୋଜନ କରାଯାଇ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା । ନିଯୁକ୍ତି ନିମନ୍ତେ ଡି.ଇଏଲ.ଇଡ଼ି, ବି.ଇଡ଼ି ତଥା ଓଟିଇଟି ଚୟନମୂଳକ ପରୀକ୍ଷା ଦେଇ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଥିବା କନିଷ୍ଠ ଶିକ୍ଷକ ଯାହାକି ସରକାରଙ୍କ ଓଆରଭି ୧୯୭୫ ଆକ୍ଟ ଏବଂ ସ୍ଥାୟୀ ଭ୍ୟାକାନ୍ସି ସ୍ଥାନରେ ନିଯୁକ୍ତି ପାଇଛନ୍ତି । ସମସ୍ତ ତଥ୍ୟ ପ୍ରଦାନ କରେ ମୁଖ୍ୟ ଶାସନ ସଚିବ ଆମର ସମସ୍ତ ତଥ୍ୟ ବୁଝିଥିଲେ ଏବଂ ୨୦୧୬ ବିଜ୍ଞାପନ ଅନୁସାରେ ନିଯୁକ୍ତି ପାଇଥିବା ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ଖୁବ୍ କମ ଦିନରେ ରେଗୁଲାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମ୍ୟାନ ଉଇଥ ଗୋଲଡ଼େନ ୱାଲର୍ଡ଼ ଭାବେ ପରିଚିତ ତଥା ସରକାରଙ୍କ ପ୍ରତିନିଧି ଶ୍ରୀ ଦାସଙ୍କ ସହିତ କନିଷ୍ଠ ଶିକ୍ଷକ ସଂଘ ବହୁବାର ଯୋଗାଯୋଗ ପରେ ମଧ୍ୟ ସେହି ସମାନ ପ୍ରତିଶ୍ରୁତି ମିଳୁଥିଲା । କିନ୍ତୁ ୧୪.୧୨.୨୦୨୨ରିଖରେ ପୁନର୍ବାର ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ୫ ଜଣ ପ୍ରତିନିଧି ମଣ୍ଡଳଙ୍କ ସହ ପୁଣି ଆଲୋଚନାରେ ବିଭିନ୍ନ ଆଳ ଦେଖାଇ କନିଷ୍ଠ ଶିକ୍ଷକମାନଙ୍କର ଚୁକ୍ତିଭିତ୍ତିକ ଉଚ୍ଛେଦକୁ ଏଡ଼ାଇ ଦେଥଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶା ମାଟିରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିଥିବା ବେଳେ କନିଷ୍ଠ ଶିକ୍ଷକମାନଙ୍କୁ ପୂର୍ବବତ ୬ ବର୍ଷ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରିବା ପାଇଁ କହିôତଲେ ଯାହାକି ୧୦୦୦ କନିଷ୍ଠ ଶିକ୍ଷକ ଓ ତାଙ୍କ ପରବାରବର୍ଗଙ୍କୁ ମର୍ମାହତ କରିଛିି ।ଆଗାମୀ ଦିନରେ ଯଦି ସରକାର କନିଷ୍ଠ ଶିକ୍ଷକମାନଙ୍କର ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରି ନିୟମିତ ନ କରନ୍ତି, ତେବେ ସମସ୍ତ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ତାଲାବନ୍ଦ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିରେ ବିଦ୍ୟାଳୟରେ ଶିକ୍ଷାଦାନ ସମେତ କନିଷ୍ଠ ଶିକ୍ଷକ ଜଡ଼ିତ ନାନାବିଧ ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ସହ ଅନେକ ସରକାରୀ କାର୍ଯ୍ୟ ଅଚଳ ହେବ । ଆଉ ଏଥିପାଇଁ କେବଳ ଆଉ କେବଳ ରାଜ୍ୟ ସରକାର ହିଁ ଦାୟୀ ରହିବେ । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କ ହସ୍ତକ୍ଷେପ କରି ସର୍ବଦା ବିଭାଗ ଦ୍ୱାରା ଅବହେଳିତ ନିଷ୍ଫେସିତ କନିଷ୍ଠ ଶିକ୍ଷକମାନଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଉପଦେଷ୍ଟା ଶ୍ରୀକାନ୍ତ ବାରିକ, ସଭାପତି ଅକ୍ଷୟ କୁମାର ପାଢୀ, ସମ୍ପାଦକ ନେତ୍ରାନନ୍ଦ ପ୍ରଧାନ, ମହାସଚିବ ଆଦିତ୍ୟ ନାରାୟଣ ସ୍ୱାଇଁ, ଉପସଭାପତି ଶୁଭସ୍ମିତା ଷଡ଼ଙ୍ଗୀ, ବସନ୍ତ ଦାସ, କୋଷାଧ୍ୟକ୍ଷ ଗୁଲସନ ପଣ୍ଡା, ରାଜ୍ୟ ସମନ୍ୱୟକାରୀ ରଶ୍ମିରଞ୍ଜନ ସାହୁ ଓ ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ବିଜୟ ମଲ୍ଲ ଏବଂ ସମସ୍ତ କନିଷ୍ଠ ଶିକ୍ଷକ ସହିତ ସେମାନଙ୍କର ପରିବାରବର୍ଗ ଆଶାବାଦୀ ଅଛନ୍ତି । ଉକ୍ତ ବୈଠକରେ ସମସ୍ତ ଜିଲ୍ଲାର ବ୍ଲକ ଓ ଜିଲ୍ଲା ପ୍ରତିନିଧିମାନେ ଉପସ୍ଥିତ ଥିଲେ ।


