ଶିଶୁବିକ୍ରୀ ଉଦ୍ୟମ ଘଟଣା ସତ ଲୁଚାଇବାକୁ ମିଛ ପ୍ରୟାସ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲାରେ ଶିଶୁ ବିକ୍ରୀ ଘଟଣା ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ନିଜର ଦୋଷ ଦୁର୍ବଳତା ଓ ସତକୁ ଲୁଚାଇବାକୁ ଅପଚେ୍େ‌ଟା କରୁଥିବା ଅଭିଯୋଗ ହୋଇଛି । ହାଟଡିହି ବ୍ଲକ ମନୋହରପୁର ଗାଁରେ ଜଣେ ମହିଳା ଅଭାବ ଅନାଟନରେ ପଡି ନିଜ ଜନ୍ମକଲା ଶିଶୁକୁ ବିକ୍ରୀ କରିବା ପାଇଁ ଉଦ୍ୟମ କରିବା ଘଟଣା ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ଏ ଖବର ପ୍ରକାଶ ପାଇବାପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହେବା ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଏବିଡିଓ ବିଚିତ୍ର କୁମାର କର ଓ ସିଡିପିଓ ସରସ୍ୱତୀ ସେଠୀ, ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବାସ୍ତବତା ଅନୁଧ୍ୟାନ କରିବା ସହିତ ସଂପୃକ୍ତ ମହିଳାଙ୍କୁ ଶିଶୁବିକ୍ରୀ ସମ୍ପର୍କରେ ପଚାରିବାରେ ସେ ବିକ୍ରୀ ନୁହଁ ଗେହ୍ଲରେ କହିଦେଇଥିଲି ବୋଲି କହିଥିଲା ମାତ୍ର ତାକୁ ଏପରି କହିବାକୁ ପୁର୍ବରୁ ଚାପ ସୃଷ୍ଟି କରାଯାଇଥିଲା ବୋଲି ଶୁଣିବାକୁ ମିଳୁଛି । ସେ ଯାହାବି ହେଉ ଏହି ତଦନ୍ତକାରୀ ଟିମ ତାର ଅବସ୍ଥା ସମ୍ପର୍କରେ ବୁଝି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଛନ୍ତି ଯେ ପିଲାବିକ୍ରୀ ଉଦ୍ୟମ ମିଛ । କିନ୍ତୁ ମହିଳା ଜଣକ ଦୁସ୍ଥିତି;ରେ ନିଜର ତିନି ଛୁଆଙ୍କୁ ଧରି ଦିନ ବିତାଉଛନ୍ତି ବୋଲି ରିପୋର୍ଟ ଦେଇଥିଲେ । ସେମାନଙ୍କୁ କିପରି ଓ କେଉଠି ଥଇଥାନ କରାଯିବ ସେ ସମ୍ପର୍କରେ କେହି ଗୁରୁତ୍ୱ ଦେଇ ନାହାନ୍ତି । ଗୋଟିଏ ଛୁଆକୁ ସେ ଜଣେ ଘୁସୁରିଆ ନିକଟରେ ଶିଶୁ ଶ୍ରମିକ ଭାବେ ଘୁସୁରୀ ଜଗିବାକୁ ଛାଡିଥିବା ବେଳେ ତାକୁ କିପରି ଉଦ୍ଧାର କରାଯିବ ସେନେଇ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ । ମହିଳାଙ୍କ ପାଖରେ ଯେଉଁ ଛୁଆ ଦୁଇଟି ଅଛନ୍ତି ସେମାନେ କିପରି ଶିକ୍ଷାଲାଭ କରିବେ ସେନେଇ ମଧ୍ୟ କୌଣସି ବ୍ୟବସ୍ଥା ହୋଇନାହିଁ । କେବଳ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଯାଇ ଏବେ ସହାୟତାର ହାତ ବଢ଼ାଇବାକୁ ପ୍ରଶାସନ କହୁଛି । ମାସକୁ ମାସ ଚାଉଳ, ଛତୁଆ, ଯୋଗାଇବ ବୋଲି ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେବି, ଗତକାଲି ଯୋଗାଇ ଦିଆଯାଇଥିବା ଚାଉଳ ପ୍ୟାକେଟ ସେହିପରି ଥୁଆ ଯାଇଛି । ସଂପୃକ୍ତ ମହିଳା ପାଖରେ ହାଣ୍ଡି, ଡେକଚି, ଜାଳ ନଥିବାରୁ ସେ ରୋଷେଇ କରିପାରି ନାହିଁ । ରବିବାର ସନ୍ଧ୍ୟାରେ କେହି ଏକ ସ୍ୱେଚ୍ଛାସେବୀ ସଂଗଠନ ତାର ଅବସ୍ଥା ଦେଖି ତାକୁ ଏକ ପାଲ ଟାଙ୍ଗି ରହିବାକୁ ଦେଇଥିବାବେଳେ ସେହି ପାଲ ଖଣ୍ଡିକ ଟାଙ୍ଗି ମହିଳା ଜଣକ ରହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ମନୋହରପୁର ଗାଁର ମମତା ଦାସ ନାମକ ଏହି ମହିଳା ଜଣକ ବିଷ୍ଣୁପୁର ଗ୍ରାମରେ ଘର ଘର ବୁଲି ଛୁଆକୁ ବିକିବା ପାଇଁ କହୁଥିବାବେଳେ ବିଷ୍ଣୁପୁର ଗ୍ରାମର କିଛି ସହୃଦୟ ବ୍ୟକ୍ତି ତାକୁ ଅଟକାଇ ତାର ଛୁଆ ମାନଙ୍କୁ ଖାଇବାକୁ ଦେଇ ଗଣମାଧ୍ୟମ ପ୍ରତିନିଧି ଓ ଚାଇଲଡ ଲାଇନ ସଦସ୍ୟଙ୍କୁ ଖବର ଦେଇ ଥିଲେ । ମହିଳା ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ନିଜର ମନର କଥା କହି କି ପ୍ରକାର ଅସୁବିଧାରେ ସେ ପଡୁଛି ତାହା ବଖାଣିଥିଲେ । ସ୍ୱାମୀ ଓ ଶାଶୁ ଅଂଶୁଘାତରେ ମରିଯିବା ପରେ ଏନେଇ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ସହଯୋଗ ମିଳିନଥିବାବେଳେ ୪ଟି ଛୁଆଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାକୁ ତାଙ୍କ ପାଖରେ କିଛି ନାହିଁ ବୋଲି କହିଥିଲେ । ତାକୁ ଏପରି କହିବାକୁ ମଧ୍ୟ କେହି ବାଧ୍ୟ କରିନଥିଲେ । ସେ ଯେତେେବେଳ କେମେରା ସମ୍ମୁଖରେ କହୁଥିଲେ ତାଙ୍କ ଅନ୍ତରର ବେଦନା ପଦାକୁ ପରିଷ୍ପୁଟ ହେଉଥିଲା । ତାର ରେସନକାର୍ଡ ନଥିବାବେଳେ ଆଧାରକାର୍ଡ ଖଣ୍ଡିଏ ମଧ୍ୟ ନାହିଁ । ଏପରିକି ମହିଳା ଓ ଶିଶୁ ବିକାଶ ଯୋଜନାରେ ତାର ଛୁଆକୁ କି ତାକୁ ମଧ୍ୟ ଛତୁଆ ଓ ଅଣ୍ଡା ମଧ୍ୟ ଦିଆଯାଉ ନଥିଲା । ତାର ଘର ଖଣ୍ଡିକ ଭାଙ୍ଗିରୁଜି ଯାଇଥିବାବେଳେ ଏକ ଚାଳିଆ କରି ତା ଉପରେ ଶାଢ଼ୀ ଟାଙ୍ଗି ସେ ଚାରିଛୁଆଙ୍କୁ ଧରି ରହୁଥିଲା । ଛୁଆ ମାନଙ୍କ ବୋଝ ସମ୍ବାଳିବାକୁ ତା ପାଖରେ କୌଣସି ସାମଥ୍ୟ ନଥିବା ପ୍ରକାଶ କରିଥିଲା । ସେ ଯାହାବି ହେଉ କିପରି ମହିଳା ଓ ତାର ୪ଛୁଆ ଭଲରେ ରହିବେ ଓ ସମାଜରେ ଚଳିପାରିବେ ଆଜିର ଶିଶୁ କାଲିର ଭବିଷ୍ୟତ ବୋଲି କହୁଥିବା ସରକାର ଏମାନଙ୍କ ଦୁଃଖ ବୁଝିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି । ଏପରିକି ବଞ୍ଚୋ ଗ୍ରାମର ଜରେ ସ୍ୱେଚ୍ଛାସେବୀ ମମତା ବରାଳ ଏନେଇ ମୁଖ୍ୟମନ୍ତ୍ରୀ ଓ ଜଲ୍ଲା ପ୍ରଶାସନକୁ ଟୁଇଟ କରି ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଏହାର ସରକାରୀ କଳର ପାରିବା ପଣିଆକୁ ପଦାରେ ପକାଇଛି । ତେଣୁ ଯଥାଶିଘ୍ର ଶିଶୁ ମାନଙ୍କୁ ଥଇଥାନ କରିବା ସହିତ ମହିଳାଙ୍କ ଚଳନି ପାିଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଏବିଡିଓ ବିଚିତ୍ର କୁମାର କରଙ୍କୁ ପଚାରିବାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆମେ ତଦନ୍ତ କରିବାକୁ ଯାଇଥିଲୁ । ସେ ସମୟରେ ମମତା ଦାସ ଛୁଆ ବିକ୍ରୀ କରିବା ଘଟଣାକୁ ଅସ୍ୱୀକାର କରିଥିବାବେଳେ ସେ ଗେହ୍ଲରେ ଏପରି କହିଥିଲା ବୋଲି ଆମ ଆଗରେ କହିଛି । ଆମେ ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ବୋଲି ଦେଖିଲୁ । ଘରଦ୍ୱାର ନାହିଁ । ତେଣୁ ସରକାରୀ ଭାବେ ଯାହା ସମ୍ଭବ ହୋଇପାରିବ ସବୁ ପ୍ରକାର ସାହାଯ୍ୟ ଯୋଗାଇବାକୁ ଚେଷ୍ଟା କରିଛୁ । କିନ୍ତୁ ସେ ମହିଳା ଜଣକ ଛୁଆ ଗୁଡିକୁ ଛାଡିବାକୁ ରାଜି ହେଉ ନାହାନ୍ତି । ତଥାପି ଆସନ୍ତାକାଲି ପୁନର୍ବାର ସେ ମହିଳାଙ୍କ ପାଖକୁ ଯାଇ ସେମାନେ କିପରି ଭଲରେ ରହିବେ ଓ ଭଲରେ ଚଳିବେ, ଶିଶୁ ମାନଙ୍କର କିପରି ଯତ୍ନ ନିଆଯିବ ସମସ୍ତ ପ୍ରକାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ