ବିଭିନ୍ନ ସ୍ଥାନରେ ଧାନ ମଣ୍ଡିର ଶୁଭାରମ୍ଭ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ମରୈଗାଁ ଓ ବଡରମ୍ପାସ ଠାରେ ଧାନକିଣାର ଶୁଭାରମ୍ଭ ହୋଇଯାଇଛି । ମରୈଗାଁ ସମବାୟ ସମିତିରେ ସମ୍ପାଦକ ଶରତ କୁମାର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାନ ଉତ୍ସବରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ୟାଙ୍କ ନିର୍ଦ୍ଦେଶକ ଦେବପ୍ରୀୟ ପାତ୍ର, ଏ.ଆର.ସି.ଏସ ଅଜୟ କୁମାର ସେଠୀ, ମରୈଗାଁ ସମବାୟ ସମିତିର ସଭାପତି ଜଳଧର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଯେପରି ଚାଷୀମାନେ ଠିକ ସମୟରେ ଧାନ ବିକିପାରିବେ ଓ ସେମାନଙ୍କ ପ୍ରାପ୍ୟ ପାଇପାରିବେ ସେ ସମ୍ପର୍କରେ ସମିତି କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ମିନତୀ ଦାଶ, ନିର୍ଦ୍ଦେଶକ ଭୀମସେନ ନାୟକ, ରମେଶ ଚନ୍ଦ୍ର ଦାସ, ଶ୍ରୀଧର ଦାସ, ଗୋପାଳ କୃଷ୍ଣ ଘଡେଇ, ଯୁଦ୍ଧିଷ୍ଠିର ମଲ୍ଲିକ, ହିମାଶୁଂ ଶେଖର ବେହେରା, ଚକ୍ରଧର ଜେନା, ମଧୁସ୍ମୀତା ରାଉତ, ବଳରାମ ସେଠୀ, ସୁମନ୍ତ ଗିରି, ଶଶି ଶେଖର ଦାସ, ଚାଷୀ କିର୍ତ୍ତନ ବି÷ହାରୀ ଭୋଳ, ଗୌରାଙ୍ଗ ଚନ୍ଦଅ ଜେନା, ମନ୍ମଥ ପଣ୍ଡା, ସନ୍ତୋଷ କୁମାର ବାରିକ, ସୁବାସ ଜେନା, ପ୍ରମୋଦ ଜେନା, ରମାକାନ୍ତ ଶଙ୍ଖୁଆ, ରାଜେନ୍ଦ୍ର ପହି, ସୁବ୍ରତ ନାୟକ, ପୁର୍ଣ୍ଣ ଚନ୍ଦ୍ର ଦାସ, ପ୍ରଭାତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ବଡରମ୍ପାସ ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ଧାନମଣ୍ଡିକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସରକାରୀ ଦରରେ ମଣ୍ଡିରେ ଧାନ ବିକ୍ରୀ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କଟନି ଛଟନି ଯେପରି କରାନଯିବ ଓ ଚାଷୀମାନେ ଯେପରି ସହଜରେ ଧାନ ବିକି ପାରିବେ ସେନେଇ ସମିତିର କର୍ମକତ୍ତା ମାନେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି କାର୍ଯର୍୍ୟକ୍ରମରେ କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ୟାଙ୍କ ନିର୍ଦ୍ଦେଶକ ଦେବପ୍ରୀୟ ପାତ୍ର, ଏ.ଆର.ସି.ଏସ ଅଜୟ କୁମାର ସେଠୀ, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସମିତିର ସଭାପତି ନିରଞ୍ଜନ ସାହୁ, ସରପଞ୍ଚ ରବିନ୍ଦ୍ର କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସମ୍ପାଦକ ଦେବାଶିଷ ଧଳ, ସହସମ୍ପାଦକ ବିଦ୍ୟାଧର ନାୟକ, ଡିଇଓ ମନୋରଞ୍ଜନ ସାହୁ, ଦିଲ୍ଲିପ ସ୍ୱାଇଁ, କର୍ମଚାରୀ ପ୍ରଫୁଲ ଜେନା, ମଦନ ମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ