ଇଞ୍ଚୋଳରେ ଜୋନ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଜୋନସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଆଜିର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ସସ୍ମିତା ମହାପାତ୍ର, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଜେନା, ପିଇଓ ଅମୁଲ୍ୟ କୁମାର ପହି, ଜିଆରଏସ ଶ୍ରୀମନ୍ତ କୁମାର ନାୟକ, ପ୍ରମୁଖ ଯୋଗଦେଇ ଏହି କ୍ରୀଡାକୁ କରିଥିଲେ । ଏଥିରେ ଜୋନର ବଡରମ୍ପାସ, ସୁଲଣ, ଇଞ୍ଚୋଳ, ଆମ୍ବୋ, ଓରାଳି, ପଞ୍ଚୁଗୋଛିଆ ଆଦି ସମସ୍ତ ପଞ୍ଚାୟତର ଯୁବ ଖେଳାଳୀ ମାନେ ସାମିଲ ହୋଇଥିଲେ । ତିନିଦିନ ଧରି ଏହି ପ୍ରତିଯୋଗୀତା ଚାଲିବାକୁ ଥିବାବେଳେ ଏଥିରେ କବାଡି, ଦୌଡ ଓ ଭଲ୍ଲିବଲ ଆଦି ପ୍ରତିଯୋଗୀତା ମାନର ଆୟୋଜିତ ହୋଇଥିଲା । ବଡରମ୍ପାସର ହାଇସ୍କୁଲର ଖେଳ ଶିକ୍ଷକ ଦିଲିପ ଲେଙ୍କା ଖେଳ ପରିଚାଳନା କରିଥିଲେ । ଏହି ଉଦଯାପନ ଉତ୍ସବରେ ପୁର୍ବତନ ନାଏବ ସରପଞ୍ଚ ବିଜୟ ମହାପାତ୍ର, ଅଭିମନ୍ୟୁ ସେଠୀ, ସୁଦର୍ଶନ ନାୟକ, ମନୋଜ ରାଉତ, ସୁକୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । କୃତ୍ତି ପ୍ରତିଯୋଗୀ ମାନଙ୍କ ନାମକୁ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ପାଇଁ ବ୍ଲକକୁ ପଠାଯାଇଥିବା ପିଇଓ ସୁଚନା ଦେଇଛନ୍ତି ।