ଯୁବତୀ,ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ

ହାଟଡିହି,(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ସୋସୋ ଥାନା ହଦଗଡ଼ ଅଞ୍ଚଳରୁ ଜଣେ ଯୁବତୀ ଏବଂ ଜଣେ ଯୁବକଙ୍କୁ ଧରି ସୋସୋ ପୋଲିସ ଜିମା ଦିଆଯାଇଛି l ଏହି ଘଟଣାକୁ ନେଇ ନାନା ଆଲୋଚନା ହେଉଛି l ମିଳିଥିବା ସୂଚନା ଅନୁସାରେ ଯୁବତୀ ଏବଂ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଅଟେ l ଯୁବତୀ ଓ ଯୁବକ ଭିନ୍ନ ଭିନ୍ନ  ସମ୍ପ୍ରଦାୟର ହୋଇଥିବା ବେଳେ ସୋମବାର ଉଭୟ ହଦଗଡ଼ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ l କିନ୍ତୁ ନିଛାଟିଆ ଜଙ୍ଗଲ ଭିତରେ ଉଭୟ ଅସଂଯତ ଅବସ୍ଥାରେ ଥିବା ବେଳେ କିଛି ବ୍ୟକ୍ତି ସେମାନଙ୍କୁ ଧରିଥିଲେ ଏବଂ ପୋଲିସର ଜିମା ଦେଇଥିଲେ l ଥାନାଧିକାରୀଣୀ କାନନ ସାହୁ କହିଛନ୍ତି ଉଭୟଙ୍କ ଘର ବନ୍ତ ଥାନା ଅଞ୍ଚଳରେ ଅଟେ l ଯୁବତୀ, ଯୁବକଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଯାଇଥିଲା l ଉଭୟ ପରିବାର ପରସ୍ପର ମଧ୍ୟରେ ବୁଝାମଣା କରି ଘରକୁ ପଳାଇ ଥିଲେ l କିନ୍ତୁ  କୌଣସି ଲିଖିତ ଅଭିଯୋଗ  ହୋଇନି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ