ଆସୁଛି କମ ପରିମାଣର ଟୋକନ, ମଣ୍ଡିରେ ଧାନ ବିକିବେ କିପରି, ଚାଷୀଙ୍କ ପ୍ରତିବାଦ
ହାଟଡିହି, (ବିକାଶ ବିଶ୍ୱାଳ):ଚାଷୀମାନେ ଅନଲାଇନ ମାଧ୍ୟମରେ ଜମି ପଞ୍ଜି କରଣ କରି ଧାନ ବିକିବାକୁ ଲକ୍ଷ ରଖିଥିବାବେଳେ ଏବେ କମ ପରିମାଣର ଟୋନ ଆସିବା ଚାଷୀଙ୍କୁ ଚିନ୍ତାରେ ପକାଇଛି । କାହାର ୮୦ କୁଇଣ୍ଟାଲ ସ୍ଥାନରେ ୮କୁଇଣ୍ଟାଲ ତ ଆଉ କାହାର ୬୦କୁଇଣ୍ଟାଲ ସ୍ଥାନରେ ମାତ୍ର ୭କୁଇଣ୍ଟାଲ । ଏହାକୁ ନେଇ ଚାଷୀମାନେ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଧାନ କାଟି ସାରି ଅମଳ ସାରିବା ପରେ ଏବେ ବିକିବାକୁ ନେଇ ଚାଷୀଙ୍କ ଭିତରେ ଭାଳେଣି ପଡିଛି । ଏପରି ଅବ୍ୟବସ୍ଥାକୁ ନେଇ ଆଜି ଅନେକ ଚାଷୀ ସଢ଼ା ସମବାୟ ସମିତିରେ ପାଟିତୁଣ୍ଡ କରିବା ସହିତ ଆଗମି ଦିନରେ ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି । ଖଳାଗଡିଆ ଗ୍ରାମର ଚାଷୀ ଅନନ୍ତ ଚରଣ ପହିଙ୍କ ଅଭିଯୋଗ ଅନୁଯାଇ ସେ ୩ଏକର ୨୮ଡିସିମିଲ ଜମିର ଧାନ ବିକିବା ପାଇଁ ସମିତିରେ ନାମ ପଞ୍ଜିକରଣ କରିଥିଲେ । କିନ୍ତୁ ତାଙ୍କ ତାଙ୍କର ମାତ୍ର ୭କୁଇଣ୍ଟାଲ ୩କିଲ । ତେଣୁ ସେ କିପରି ଧାନ ବିକିବେ । ଗତବର୍ଷ ମଧ୍ୟ ତାଙ୍କର କମ ପରିମାଣର ଧାନ ଆସିଥିଲା ଓ ତୁମର ପୁନର୍ବାର ବଢ଼ିକି ଆସିବ ବୋଲି ତାଙ୍କୁ କୁହାଯାଇଥିଲା, କିନ୍ତୁ ଫେବୃୟାରୀ ୮ତାରିଖରୁ ସାଇଟ ବନ୍ଦ ହୋଇଯିବାରୁ ଧାନ ବିକ୍ରୀ କରିପାରିଲେନି, ଯାହାକି ଆଜି ପର୍ଯ୍ୟନ୍ତ ଘରେ ପଡି ରହିଛି । ତେଣୁ ସେ ଏବେ କିପରି ଧାନ ବିକିବେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଜଗନ୍ନାଥ ନାୟକ ତାଙ୍କ ବାପାଙ୍କ ନାମରେ ୫ଏକର ୯୭ଡିସିମିଲ ଜମି ପଜି କରଣ କରିଥିବାବେଳେ ୫୦କୁଇଣ୍ଟାଲ ୯୨କେଜି ଧାନ ବିକିବା ପାଇଁ ଟୋକନ ଆସିଛି । ଯେହେତୁ ଏହା ଜଳସେଚିତ ଅଞ୍ଚଳ ଯାହାକି ସେ ୧୫୦କୁଇଣ୍ଟାଲ ଧାନ ଅମଳ ହୋଇଛି । ତେଣୁ ଆଉ ଶହେ କୁଇଣ୍ଟାଲ ଧାନ କେଉଁଠି ବିକିବେ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ନୃଷିହଂ ଚରଣ ବେହେରା ନାମକ ଜଣେ ଚାଷୀ ତିନି ଏକର ଜମି ପଞ୍ଜିକୃତ କରିଥିବାବେଳେ ମାତ୍ର ୭କୁଇଣ୍ଟାଲ ୨୨କେଜି ଧାନ ଆସିଛି । ଫଳରେ ଆଉ ୪୦ କୁଇଣ୍ଟାଲ ଧାନ ବିକିବେ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ଚାଷୀ ସାରଙ୍ଗଧର ନାୟକ, ସନ୍ତୋଷ କୁମାର ମହାନ୍ତି, ପ୍ରଫୁଲ ବେହେରା, ବ୍ରହ୍ମାନନ୍ଦ ପହି, ଦୟାନିଧି ବେହେରା, ବିଶ୍ୱନାଥ ସାମଲ, ଗୋପୀନାଥ ରାଉତ, ବାଳକୃଷ୍ଣ ବେହେରା, ଅର୍ଜୁନ ବେହେରା, ଶରତ ପ୍ରଧାନ, ଦେବେନ୍ଦ୍ର କୁମାର ଜେନା, ଗଦାଧର ନାୟକ, ପବିତ୍ର ରାଉତଙ୍କ ସମେତ ଶତାଧିକ ଚାଷୀଙ୍କ ଏପରି ସମସ୍ୟା ଦେଖା ଦେଇଛି । ସେମାନେ ସମିତିର ସମ୍ପାଦକଙ୍କୁ ବାରମ୍ବାର ଦେଖା କରୁଥିଲେବି କୌଣସି ସୁଫଳ ମିଳିପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଯଦି ଅତିଶୀଘ୍ର ଏହାର ସୁ ବନ୍ଦେବସ୍ତ କରାନଯାଏ ତେବେ ଚାଷୀମାନେ ବାଧ୍ୟ ହୋଇ ମଣ୍ଡି ବନ୍ଦ କରିବା ସହିତ ରାସ୍ତାରୋକ କରିବେ ବୋଲି ଚେତାବନୀ ଦେଇଛନ୍ତି ।