କିଡନୀ ରୋଗରେ ପିଡିତ ଯୁବକଙ୍କୁ ଭେଟିଲେ ବିଧାୟକ ପ୍ରତିନିଧି

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ବଡସାହି ଗ୍ରାମର କିଡନୀ ରୋଗରେ ପିଡିତ ଆର୍ତ୍ତବନ୍ଧୁ ସାହୁଙ୍କ ପୁଅ ଆଲୋକ ସାହୁଙ୍କୁ ଆଜି ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଓ ଜିଲା ରେଡ୍ କ୍ରସରୁ କିପରି ସହାୟତା ପାଇବେ ସେନେଇ ପଦକ୍ଷେପ ନେବା ସହିତ ଅସ୍ତ୍ରୋପଚାର ପରେ ୪ ମାସ ଭୁବନେଶ୍ୱରରେ ରହିବା ବାବଦ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପିଡିତ ଯୁବକଙ୍କୁ ଭେଟିବା ବେଳେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଟିଲୋ ସମବାୟ ସମିତିର ସଭାପତି ବିଜୟ ନାୟକ, ଆଲୋକ ରାଉତ, ପ୍ରବୀର ରାଉତଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ