କାଶୀନଗର ସ୍କୁଲ ସମୂହର ପାଚିକା ସହାୟକା ଙ୍କ ଧାରଣା

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବ୍ଲକ NAC ର ସମସ୍ତ ସ୍କୁଲରେ ମଧ୍ୟାନ୍ନ ଭୋଜନ ରାନ୍ଧୁଥିବା ପାଚିକା ଓ ସହାୟକା ମାନେ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୯ ତାରିଖ ଠାରୁ ଆଜି ସୁଦ୍ଧା ୩ ଦିନ ହେଲା ଧାରଣା ରେ ବସିଛନ୍ତି l ତାଙ୍କ ର ମୁଖ୍ୟ ଦାବି ଗୁଡିକ ନେଇ ସ୍ଲୋଗାନ ମଧ୍ୟମରେ ସରକାରଙ୍କ ଦୃଷ୍ଟି କୁ ଅଣୁଛନ୍ତି l ମୁଖ୍ୟ ଦାବି ଗୁଡିକ ମଧ୍ୟରେ ସେମାନେ କାର୍ଯ୍ୟ ନିୟମିତ କରିବା, ମାସିକ ପରିଶ୍ରମିକ ଦରମା ୧୦ ହଜାର ଟଙ୍କା କରିବା, ମୃତ୍ୟୁ ବରଣ କରିଲେ ପରିବାର କୁ ୫ ଲକ୍ଷ ଟଙ୍କା ସହାୟତା, ରାନ୍ଧିବା ବେଳେ ସୁରକ୍ଷା ସାମଗ୍ରୀ ଓ ମେଡିକାଲ ଖର୍ଚ୍ଚ, ଇ.ପି.ଏଫ କାଟିବା ଆଦି ଦାବି ସମ୍ବଳିତ ସ୍ମାରକ ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବି.ଇ.ଓ ଜରିଆରେ ପ୍ରେରଣା କରାଯାଇଛି l ତେଣୁ ତାଙ୍କ ଦାବି ଗୁଡିକ ସରକାର କର୍ଣ୍ଣପାତ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି l ଏହି ଧାରଣା ବ୍ଲକ ସଭା ନେତ୍ରୀ ଶୁଶିଲା ମହାରଣା ସଂପାଦିକା ନିଆଳି ଲତା ମହାପାତ୍ର ଓ ଶତାଧି ମହିଳା ଧରଣା ସ୍ଥଳରେ ଉପସ୍ଥିତ ରହିଛନ୍ତି l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ