ମଙ୍ଗରାଜପୁର ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୨୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଖଡଙ୍ଗା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି କାଳୁଚରଣ ପ୍ରଧାନ, ୱାର୍ଡ ସଭ୍ୟା ବାସନ୍ତୀ ବେହେରା, ସିଆରସିସି ଶଶିକାନ୍ତ ପାତ୍ର, ତାମ୍ବୀରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ, ଭୋଗଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ଆଶାକର୍ମୀ ଶର୍ମିଷ୍ଠା କୁମାରୀ ସାହୁ ଯୋଗାଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ନରେନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ୟତମ ସହକାରୀ ଶିକ୍ଷକ ଭାଗୀରଥି ଦାଶ ପରିଚାଳନାରେ ସଗାଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ