ସାମ୍ବାଦିକ ଅଭିମନ୍ୟୁ ମିଶ୍ରଙ୍କ ମାତୃ ବିୟୋଗ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ସହର ନିକଟ ହରିଶରଣ ପୁର ଗ୍ରାମର ନକ୍ଷତ୍ର ଟିଭି ଚ୍ୟାନେଲର ଖବରଦାତା ଅଭିମନ୍ୟୁ ମିଶ୍ରଙ୍କ ମାତା ସୌଦାମିନୀ ମିଶ୍ରଙ୍କ ୫୮ ବର୍ଷ ବୟସରେ ଡିସେମ୍ବର ୨୨ ତାରିଖ ଦିନ ଦେହାନ୍ତ ହୋଇଯାଇଛି। ଗତକାଲି ସାମ୍ବାଦିକ ଅଭିମନ୍ୟୁ ଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ହେବାରୁ ଅଭିମନ୍ୟୁଙ୍କ ମାଆଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସୌଦାମିନୀ ମିଶ୍ରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସ୍ୱର୍ଗତ ସୌଦାମିନୀ ମିଶ୍ର ଜଣେ ଧର୍ମପରାୟଣ ମହିଳା ଥିଲେ। ତାଙ୍କ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପରିବାରଙ୍କୁ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ