ଜିଲ୍ଲା ସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ମେଳା

ହାଟଡିହି, (ବିକାଶ ବିଶ୍ୱାଳ):ଜିଲ୍ଲାସ୍ତରୀୟ ଗଣିତ, ବିଜ୍ଞାନ ଓ ପରିବେଶ ମେଳା ସରକାରୀ ବାଳିକା ବିଦ୍ୟାଳୟ କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ମୋଟ ୨୧୧ଟି ପ୍ରକଳ୍ପ ସ୍ଥାନ ପାଇଥିବାବେଳେ ତନ୍ମଧ୍ୟରୁ ୨୧ଟି ପ୍ରକଳ୍ପ ରାଜ୍ରସ୍ତରକୁ ମନୋନୀତ ହୋଇଥିବାବେଳେ ସେଥିମଧ୍ୟରୁ ହାଟଡିହି ବ୍ଲକର ୬ଟି ପ୍ରକଳ୍ପ ସ୍ଥାନ ପାଇପାରିଛି । ଏହାକୁନେଇ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗର ଅରୋସ୍ମୃତି ବାରିକଙ୍କ ‘ସୀମା ସୁରକ୍ଷା ସତର୍କଘଣ୍ଟି’, ସାଇସ୍ମୃତି ସାହୁଙ୍କ ‘ଗୃହ ପାଳିତ ପଶୁଙ୍କୁ ମୋବାଇଲ ଦ୍ୱାରା ଖାଦ୍ୟ ପ୍ରଦାନ’ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବାବେଳେ ଓରାଳି ଜିସି ବାଳିକା ହାଇସ୍କୁଲର ଅଭିଜିତ ଶଙ୍ଖୁଆଙ୍କ ‘ପ୍ରଦୁ୍ୟଷଣ ମାନକଯନ୍ତ୍ର’ ପନ୍ଦାଡୋ ଉଚ୍ଚ ବିଦ୍ୟାଳୟର ସୁଶାନ୍ତ କୁମାର ପଳତାଙ୍କ ‘ଆତ୍ମନିର୍ଭରଶୀଳ ବୃଦ୍ଧାବସ୍ଥା’ ରାଜ୍ୟସ୍ତରକୁ ମନୋୀତ ହୋଇଛି । ସେହିପରି ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳର ଛାତ୍ରୀ ଶ୍ରେୟା ସ୍ୱୟଂସିନୀ ବେହେରାଙ୍କ ‘ଜ୍ୟାମିତିକ ସୁତ୍ରାବଳୀ’ ଓ କିର୍ତ୍ତିମାନ ପରିଡାଙ୍କ ‘ସୌରଶକ୍ତିର ବିନିଯୋଗ’ ପ୍ରକଳ୍ପ ରାଜ୍ୟ ସ୍ତରୟୀ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ପାଇଁ ମନୋନୀତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ