ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠା ଦିବସ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡିଗ୍ରାମ ସ୍ଥିତ ଭଗତ ସିଂ ପାଠାଗାର କଲ୍ୟାଣ ମଣ୍ଡପ ପରିସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ପ୍ରତିଷ୍ଠା ଏବଂ ଚମାଖଣ୍ଡି, ସୀତାନଗର ଓ ପାଇକପଡା ଶାଖାର ସମ୍ମିଳନୀ ବୈଠକ ଏନ. ପାଣ୍ଡେୟା ରେଡ୍ଡୀ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଡ଼ି ଆଦିନାରାୟଣ ରେଡ୍ଡୀ, ରାଜ୍ୟ ଯୁବ ନେତା ପ୍ରଦୀପ କୁମାର ସେଠି ଚମାଖଣ୍ଡି ଜୋନ ସମ୍ପାଦକ ସି. ଏଚ. ଜନାର୍ଦନ ରେଡ୍ଡୀ, ସହ- ସମ୍ପାଦକ ଏନ. ଗିରି ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଉତ୍କଳ ମହିଳା ସମିତି ର ରାଜ୍ୟ ଉପସଭାନେତ୍ରୀ ଏନ. ଭାନୁମତି ରେଡ୍ଡୀ, ସରସ୍ବତୀ ପ୍ରଧାନ, ଦୁର୍ଯ୍ୟୋଧନ ନାହାକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଜନମାରଣା ନୀତି କୁ କଡା ସମାଲୋଚନା କରିଥିଲେ l ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର ସମ୍ମିଳନୀ କୁ ଉଦଘାଟନ କରିଥିବା ବେଳେ ଏନ. ପାଣ୍ଡେୟା ରେଡ୍ଡୀ ଦଳୀୟ ପତାକା ଉତ୍ତୋଳନ କରିଥିଲେ l ପରେ ଶହିଦ ହୋଇଥିବା ଆର. ଜାଗା ରାଓ, ଲିଙ୍ଗରାଜ ଦାସ, ରାମଚନ୍ଦ୍ର ପଟ୍ଟନାୟକ, ପି. ଚେଁଦ୍ରେୟା ରେଡ୍ଡୀ ଙ୍କ ଉଦେଶ୍ୟରେ ନିର୍ମିତ ସହିଦ ବେଦି ରେ ନେତା ଓ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଚମାଖଣ୍ଡି ଶାଖାର ନୂତନ ସମ୍ପାଦକ ଭାବେ କେ. ଗଣେଶ ରେଡ୍ଡୀ, ସହ ସମ୍ପାଦକ ଭାବେ ଏନ. କ୍ରିଷ୍ଣା ରେଡ୍ଡୀଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ସେହିପରି ସୀତାନଗର ଶାଖାର ସମ୍ପାଦକ ଭାବେ ଗୌର ପ୍ରଧାନ ଓ ସହ ସମ୍ପାଦକ ଭାବେ ବିପ୍ର ପ୍ରଧାନ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l ସେହିପରି ପାଇକପଡା ଶାଖାର ସମ୍ପାଦକ ଭାବେ ଏସ. ହରିହର ରେଡ୍ଡୀ ଓ ସହ ସମ୍ପାଦକ ଭାବେ ଏସ. ଚକ୍ରପାଣି ରେଡ୍ଡୀ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ