କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସଭାପତି ହେଲେ ପ୍ରଭାକର ପଲାଇ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭାର ସଭାପତି ପଦ ନିମନ୍ତେ ଅନୁଷ୍ଠିତ ନିର୍ବାଚନରେ ନୂତନ ସଭାପତି ଭାବେ ପ୍ରଭାକର ପଲାଇ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ରଞ୍ଜିତ କୁମାର ଦାସ ଘୋଷଣା କରିଛନ୍ତି । ନବ ନିର୍ବାଚିତ ସଭାପତି ଶ୍ରୀ ପଲାଇଙ୍କୁ ପୂର୍ବତନ ସଭାପତି କୁଳମଣି ଦାସ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଏଥିସହିତ ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଦିପ କୁମାର ବେହେରା, ଜିଲ୍ଲାର ପୂର୍ବତନ କର୍ମକର୍ତ୍ତା, ୯ଟି ବ୍ଲକ ଏବଂ ଦୁଇଟି ପୈାରପାଳିକାର ସଭାପତି, କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ନବ ନିର୍ବାଚିତ ସଭାପତି ଶ୍ରୀ ପଲାଇଙ୍କୁ ପୁଷ୍ପମାଲ୍ୟ, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ପଲାଇ ଶ୍ରୀକୃଷ୍ଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଦେଶାତ୍ମବୋଧକ ବନ୍ଦନା ଗାନ କରାଯିବା ପରେ କୁନି କୁନି ପିଲାମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହା ପରେ ଅନୁଷ୍ଠିତ ସଭାରେ ନୂତନ ସଭାପତି ଶ୍ରୀ ପଲାଇ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ମହାସଭାର ପୂର୍ବତନ କର୍ମକର୍ତ୍ତାମାନଙ୍କୁ ନୂତନ ସଭାପତି ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟବେକ୍ଷକ ଗିତାରାଣୀ ଦାସ, ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଦିପ କୁମାର ବେହେରା, ସର୍ବଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଉପଦେଷ୍ଟା ଡଃ. ବାସୁଦେବ ଦାସ, ପୂର୍ବତନ ସଭାପତି କୁଳମଣି ଦାସ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପରିଡା, ଉପସଭାପତି ଚିନ୍ମୟ ଦାସ, ମନୋଜ ପରିଡା, ଇଂ ପଞ୍ଚାନନ ଦାସ, ଇଂ ବିଜୟ ଦାସ, ଅଶୋକ ବଳ, ଧିରେନ ପୃଷ୍ଟି, ଦୋଳଗୋବିନ୍ଦ ଦାସ, ମହିଳା ସଭାନେତ୍ରୀ ସରୋଜିନୀ ଦାସ, ଯୁବ ଯାଦବ କାର୍ଯ୍ୟକାରୀ ସଭାପତି ଧିରେନ ଦାସ, ୯ଟି ବ୍ଲକର ସଭାପତି, ସାଧାରଣ ସମ୍ପାଦକ, କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ଛବି ପ୍ରସାଦ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ