ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବୋମକେଇ ଗ୍ରାମରୁ ଗତ ୧୯ ତାରିଖ ଠାରୁ ଆକସ୍ମିକ ନିଖୋଜ ଥିବା କୃଷ୍ଣଚନ୍ଦ୍ର ବେହେରା ନାମକ ଜଣେ ଯୁବକ ଙ୍କ ଗଳିତ ମୃତଦେହ କୁ ବୁଧବାର ପୋଲିସ ଗଜପତି ଜିଲା ଆର.ଉଦୟଗିରି ଥାନା ଲାଞ୍ଜିଆ ଗ୍ରାମ ନିକଟ ମାଙ୍କଡଡିଆଁ ନାଳ ରୁ ଜବତ କରିଛନ୍ତି। ଅଖାରେ ବନ୍ଧା ଯାଇଥିବା ମୃତଦେହ କୁ ଉଦ୍ଧାର କରି ପୋଲିସ ଥାନା ମାମଲା ନଂ.୩୧୩/୨୨ ଦଫା – ୩୦୨/୨୦୧/୩୪ ଅନୁଯାୟୀ ମୃତ କୃଷ୍ଣଚନ୍ଦ୍ର ଙ୍କ ସ୍ତ୍ରୀ ସସ୍ମିତା ଡାକୁଆ ଏବଂ ଗଜପତି ଜିଲା ମୋହନାରେ ଗାର୍ମେଣ୍ଟ ଦୋକାନ କରିଥିବା ତାଙ୍କ ପ୍ରେମିକ ଶଙ୍କର୍ଷଣ ଗୌଡ଼ ଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି।ଜବତ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇ ଦିଆଯାଇଛି।ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।ଗତ ୧୯ ତାରିଖ ଠାରୁ କୃଷ୍ଣଚନ୍ଦ୍ର ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ଏନେଇ କେ.ନୂଆଗାଁ ଥାନା ରେ ଏତଲା ଦିଆଯିବା ପରେ ପୋଲିସ ନିଖୋଜ ମାମଲା ନଂ.୩୭/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ପୋଲିସ ଟିମ୍ ଗାଁ ରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଘରର କିଛି ସ୍ଥାନରେ ରକ୍ତଛିଟା ପଡ଼ିଥିବା ନେଇ ସାହି ପଡୋଶୀ ଲୋକ ପୋଲିସ କୁ ସୂଚନା ଦେବାପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସୁରାକ ପାଇଥିଲା।ନିଖୋଜ କୃଷ୍ଣଚନ୍ଦ୍ର ଙ୍କ ସ୍ତ୍ରୀ ଙ୍କ ମୋବାଇଲ ଫୋନ କୁ ତଲାସ କରାଯିବା ପରେ ପୋଲିସ ଖମାରି ଗାଁ ର ଶଙ୍କର୍ଷଣ ଙ୍କ ଫୋନ ନଂ ପାଇଥିଲା। ସନ୍ଦେହ ରେ ଶଙ୍କର୍ଷଣ ଙ୍କୁ ପୋଲିସ ଉଠାଇ ନେଇ ତଦନ୍ତ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା କହିଛନ୍ତି।ଶଙ୍କର୍ଷଣ ଏବଂ ସସ୍ମିତା ଉଭୟେ ଭିଷ୍ମଗିରି କଲେଜ ରେ ପଢୁଥିବା ବେଳେ ଉଭୟେ ଉଭୟଙ୍କୁ ଭଲ ପାଉଥିଲେ।ଦୁହିଁ ଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିଲା।ଉଭୟେ ଭିନ୍ନ ଜାତି ର ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିବାହ ହୋଇପାରିନଥିଲା।ଏନେଇ ଉଭୟଙ୍କ ପରିବାର ଲୋକେ ଜାଣିଥିଲେ। ଦିଗପହଣ୍ଡି ବ୍ଲକ ପନାଡ ଗ୍ରାମର ସସ୍ମିତା ଙ୍କ ଘର ଲୋକେ ଗତ ୯ ମାସ ପୂର୍ବେ ସସ୍ମିତା ଙ୍କୁ ବମୋକେଇ ଗ୍ରାମର କୃଷ୍ଣଚନ୍ଦ୍ର ଙ୍କ ସହ ବିବାହ କରିଥିଲେ।ବିବାହ ପରେ ମଧ୍ୟ ଶଙ୍କର୍ଷଣ ଙ୍କ ସହ ସସ୍ମିତା ଙ୍କ ସମ୍ପର୍କ ରହିଥିଲା।ଶଙ୍କର୍ଷଣ ବହୁବାର କୃଷ୍ଣଚନ୍ଦ୍ର ଙ୍କ ଘରକୁ ଯା ଆସ କରି ସସ୍ମିତା ଙ୍କ ସହ ସମ୍ପର୍କ ରଖିଥିଲେ।ଏହି ଘଟଣା ପ୍ରଘଟ ହେବା ପରେ କୃଷ୍ଣଚନ୍ଦ୍ର ସସ୍ମିତା ଙ୍କୁ ତାଗିଦ କରିଥିଲେ। କୃଷ୍ଣଚନ୍ଦ୍ର ଙ୍କୁ ରାସ୍ତାରୁ ହଟାଇବାକୁ ସସ୍ମିତା ବିସ୍ତୃତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଗତ ୧୯ ତାରିଖ ରେ ପୂର୍ବ ଯୋଜନା ପ୍ରକାରେ ଶଙ୍କର୍ଷଣ  କୃଷ୍ଣଚନ୍ଦ୍ର ଙ୍କ ଘରେ ପହଞ୍ଚିବା ପରେ ସସ୍ମିତା ଓ ଶଙ୍କର୍ଷଣ ଉଭୟ ମିଶି କୃଷ୍ଣଚନ୍ଦ୍ର ଙ୍କୁ ଛୁରୀ ରେ ଭୂଷି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟ ରେ ମୃତଦେହ କୁ ଏକ ଅଖାରେ ଭର୍ତ୍ତି କରି ବାଇକ ରେ ନେଇ ଗଜପତି ଜିଲା ଲାଞ୍ଜିଆ ନିକଟ ନାଳ ରେ ଫୋପାଡି ଦେଇଥିଲେ । ପୋଲିସ  ସମୁଦାୟ ଘଟଣାର ରିକ୍ରିଏସନ କରି ସମସ୍ତ ତଥ୍ୟ ହାସଲ କରିଥିବା ଏସଡିପିଓ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ