ଅସହାୟ ଓ ଗରିବଙ୍କ ସେବାରେ ଥାଏ ସ୍ୱର୍ଗୀୟ ଆନନ୍ଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ପ୍ରଦାନ କରି ଅଭାବୀ, ଅସହାୟ, ନିଷ୍ପେସିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଆସିଛନ୍ତି ରାଉରକେଲାର କମ୍ୟୁନିଟି ୱେଲଫେୟାର ସୋସାଇଟିରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ ସେବିକା, ସମାଜସେବୀ ତଥା ମାନବ ସମ୍ବଳ ମୁଖ୍ୟ ରଞ୍ଜୁରାଣୀ ନନ୍ଦ । ଦୀର୍ଘ ୧୫ ବର୍ଷ ଧରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି । କରୋନା ସଚେତନତା ସହ ସରକାରଙ୍କ ନିୟମ ସମ୍ପର୍କୀୟ ସୂଚନା ବ୍ୟକ୍ତିଗତ ଭାବେ ଅସହାୟ, ଅବହେଳିତମାନଙ୍କ ପାଖରେ ପହଞ୍ଚାଇବା, ଗରିବ ବ୍ୟକ୍ତିମାନଙ୍କୁ ନିଜ ଖର୍ଚ୍ଚରେ ସ୍ୱାସ୍ଥ୍ୟ ସୁବିଧା ଦେବା ସହିତ ବହୁ ସାମାଜିକ କାର୍ଯ୍ୟକ୍ରମମାନ କରି ଆସୁଛନ୍ତି । ଏଥିପାଇଁ ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଶିକ୍ଷାବିତ୍‌, ସମାଜସେବିକା ସୁକାନ୍ତି ପଣ୍ଡା, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଏହି ଅବସରରେ ରଞ୍ଜୁରାଣୀ ମତବ୍ୟକ୍ତ କରିଛନ୍ତି ଯେ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଅସହାୟ, ଅଭାବୀ ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ କରିବା ତାଙ୍କ ଜୀବନର ଶେଷ ଲକ୍ଷ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ