୪୩ଜଣ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶିକ୍ଷାଅଧିକାରୀଙ୍କ କର୍ଯ୍ୟୋଳୟ ପରିସରରେ ଆଜି ୪୩ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ଦିଆଯାଇଛି । ଲେବୁଲ ୫-(ବି)ରୁ ଲେବୁଲ- ଚତୁର୍ଥବର୍ଗକୁ ଏହି ପଦୋନ୍ନତି ଦିଆଯାଇଛି । ଏଥିମଧ୍ୟରେ ପ୍ରଥମିକ ବୀଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ୮ଜଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆର୍ଟସ ଗ୍ରାଜୁଏଟ ଭାବରେ ୩୦ଜଣ ଓ ସାଇନସ ଗ୍ରାଜୁଏଟ ଟିଚର ଭାବେ ୫ଜଣଙ୍କୁ ପଦୋନ୍ନତି ଦିଆଯାଇଛି । ଏଥିଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକ, ସହ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ସହଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ସୁରେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ପଦୋନ୍ନତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିôତଲେ । ଏଥିରେ ଶିକ୍ଷକ ପ୍ରଫୁଲ କୁମାର ସାହୁ, ବିବେକାନନ୍ଦ ବେହେରା, ଭରତ ଚନ୍ଦ୍ର ପାତ୍ର, ଗୌରାଙ୍ଗ ଚରଣ ନାୟକ, ଶ୍ରୀନିବାସ ବାରିକ, ଗଜେନ୍ଦ୍ର କୁମାର ସେଠୀଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ