ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ ଉଦଘାଟିତ, ଡିଆରକେ ବାରିପଦାକୁ ହରାଇ ବ୍ରହ୍ମପୁର ଫାଇନାଲରେ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ବାର୍ଷିକ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ବ୍ରହ୍ମପୁର ଇଲେଭେନ ଡିଆରକେ ବାରିପଦାକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଗଡଚଣ୍ଡୀ ଷ୍ପୋର୍ଟସ ଆସୋସିଏସନ ଅୁନୁକୁଳ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେରେ ଆଜି ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଡିଆରକେ ବାରିପଦା ଟସଜିତି ବ୍ରହ୍ମପୁର ଇଲେଭେନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ରହ୍ମପୁର ଇଲେଭେନ ନିର୍ଦ୍ଧାରିତ ୨୦ଓଭରରେ ୧୫୬ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ଚକ୍ରଧର ସର୍ବାଧିକ ୫୦ ରନ କରିଥିଲେ । ତାର ଜବାବରେ ଡିଆରକେ ବାରିପଦା ୧୭.୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୦୩ରନ ସଂଗ୍ରହ କରଥିଲା । ଲଲାଟ କେଶରୀ ନନ୍ଦ ଓ ରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତି ରଞ୍ଜନ ଜେନା, ପ୍ରୀୟବ୍ରତ ରାଉତ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସୟଦ ହାସିମ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମନମୋହନ ଜେନା ଅତିଥି ଭାବେ ଯୋଗଦେଇ ବ୍ରହ୍ମପୁରର ଆକ୍ରମ ଖାନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ । ସଭାପତି ସୁଧାଶୁ ଭୂଷଣ ମଲ୍ଲିକ, ଉପସଭାପତି ପ୍ରଦ୍ୟୁମ୍ନ ରାଉତ, ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ସହ ସମ୍ପାଦକ ଧନଞ୍ଜୟ ପାତ୍ର, କୋଷାଧ୍ୟକ୍ଷ ଜନ୍ମେଜୟ ପାତ୍ର , ଦେବବ୍ରତ ରାଉତ, ତରଣୀସେନ ମଲ୍ଲିକ,ଶୁକଦେବ ସାହୁ, ସନ୍ତୋଷ ଜେନା, ଖଗେଶ୍ୱର ମଲ୍ଲିକ, ସୁଶାନ୍ତ ଜେନା, ରତ୍ନାକର ସାହୁ, ବୈଲୋଚନ ପାତ୍ର ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୮ତାରିଖ ଦିନ ୟୁନିକ କେନ୍ଦୁଝର ଓ ବ୍ରହ୍ମପୁର ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।


