ବାର୍ଷିକ କ୍ରୀଡା ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ତିରୁପତିରା ଓ ପେଟା ସାହି ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ କ୍ରୀଡା ଉତ୍ସବ ରାଜୁ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ କ୍ରିଡା ପ୍ରତି ଯୋଗିତା ଦୁଇଦିନଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ଉପସଭାପତି କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ହରେକୃଷ୍ଣ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ କାମିନୀକାନ୍ତ ଜେନା ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉତ୍ସାହିତ କରିବା ସହ ବିଜ୍ଞାନ ମେଳା ଓ ବାର୍ଷିକ କ୍ରିଡାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୟଦ ମୁକ୍ତାର , ସମ୍ପାଦକ ତ୍ରିନାଥ ସାହୁ, ସହ-ସମ୍ପାଦକ ବିଷ୍ଣୁ ପଣ୍ଡା ଓ ସମସ୍ତ ଗୁରୁଜୀ , ଗୁରୁମା ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସହ-ପ୍ରଧାନାଚାର୍ଯ୍ୟ ଲକ୍ଷ୍ମୀ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।