ହକି ବିଶ୍ୱକପର ପ୍ରଚାର ପାଇଁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ପଦଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଆନ୍ତର୍ଜାତୀୟ ହକି ଫେଡେରେସନ(ଏଫଆଇଏଚ) ଆନୁକଲ୍ୟରେ ଓଡିଶାରେ ହକି ବିଶ୍ୱକପ୍ ଆୟୋଜନ କରାଯାଇଛି । ହକି ବିଶ୍ୱକପ୍ ମ୍ୟାଚ୍‌ର ସ୍ୱତନ୍ତ୍ର ଲାଇଭ୍ ପ୍ରୋଗ୍ରାମ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ରହିଛି । ଯାହାଦ୍ୱାରା ଛାତ୍ରଛାତ୍ରୀ ଓ ଯୁବକମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଉତ୍ସାହ ସୃଷ୍ଟି ହେବ । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପକ୍ଷରୁ ହକି କ୍ରୀଡା ପ୍ରତି ସଚେତନତା ଓ ଉତ୍ସାହ ବୃଦ୍ଧି ନିମନ୍ତେ ମହାବିଦ୍ୟାଳୟରୁ ସୋମବାର ଏକ ପଦଯାତ୍ରା ବାହାରିଥିଲା । ହକି ବିଶ୍ୱକପ୍‌ର ମହାବିଦ୍ୟାଳୟ ସଂଯୋଜକ ବିଜୟ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚାଇନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦଯାତ୍ରାକୁ ଉଦଘାଟନ କରିଥିଲେ । ଏହି ପଦଯାତ୍ରାରେ ଏକାଧିକ ସ୍ୱେଚ୍ଛାସେବୀ, ଯୁବ କ୍ରୀଡାବିତ୍‌ମାନେ ଅଂଶ ଗ୍ରହଣ ଜରି କ୍ରୀଡା ପ୍ରତି ବିଭିନ୍ନ ସ୍ଲୋଗାନ ଦେଇ ଚାନ୍ଦଖାପାଟଣା, ବ୍ଲକଛକ, ନାଉଗାଁ ବଜାର, ଅବଦଲପୁର ଦେଇ ମହାବିଦ୍ୟାଳୟରେ ପହଁଚିଥିଲେ । ଆୟୋଜିତ ସଭାରେ ଅଧ୍ୟାପକ ପ୍ରଭାତ କୁମାର ଶତପଥୀ, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ଅଧ୍ୟାପିକା ମନଲୋଭା ପ୍ରଧାନ, ଏନଏସଏସ କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ବିଜୟିନୀ ପଢିହାରୀ, ଅଧ୍ୟାପକ ଦିନବନ୍ଧୁ ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ସଚେତନତାମୂଳକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଯୁବ ରେଡକ୍ରସ ସଂଯୋଜକ ଚୈତନ୍ୟ ଚରଣ ପରିଡା,ଡ. ବିକ୍ରମ ବେହେରା, ଅଧ୍ୟାପକ ପ୍ରଭାତ ଶତପଥି, ଅଧ୍ୟାପିକା ସୁଶ୍ରୀ ପୂଜା ଦାସ, କ୍ରିଡା ଶିକ୍ଷକ ସୁଧାଂଶୁ ମୋହନ ନାୟକ, ରମେଶ ଚନ୍ଦ୍ର ଦାସ, ରଂଜିତ ମହାନ୍ତି, ଏମଏସ ନିହାର ରଂଜନ, ସରୋଜ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ