ଶ୍ରୀ ଅଚ୍ୟୁତ ଇଂରାଜୀ ମିଡିୟମ ସ୍କୁଲରେ ବାର୍ଷିକ କ୍ରୀଡା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଗଂଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ୍ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନି ବ୍ୟାପୀ ଆୟୋଜିତ କ୍ରୀଡା ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଚ୍ୟୁତ ଚାରିଟେବୁଲ ଟ୍ରଷ୍ଟର କୋଷାଧ୍ୟକ୍ଷ ଗୀତାଂଜଳୀ ସ୍ୱାଇଁ ଯୋଗ ଦେଇ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ । ସ୍କୁଲର ଭାରାପ୍ରାପ୍ତ ଅଧ୍ୟକ୍ଷା ଲିଜାରାଣୀ ପରିଡାଙ୍କ ତତ୍ୱାବଧାନରେ ଅୟୋଜିତ କ୍ରିଡାରେ ଛାତ୍ରଛାତ୍ରୀମାନେ ଦୌଡ, ଲମ୍ବ ଡିଆଁ, ଇଚ୍ଚ ଡଅଁାଁ, ଗୋଲ ପିଙ୍ଗା, ଚାମଚ ଦୌଡରେ ଭାଗ ନେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ସମାଜସେବୀ ବିଜୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକାକୁ ଅବତରଣ କରିବା ସହିତ କୃତୀ କ୍ରିଡାବିତ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷକ ଅନିଲ ମହାରଣା, ହେମନ୍ତ ପୁହାଣ, ଶିକ୍ଷୟିତ୍ରୀ ଅପୂର୍ବା ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କ୍ରିଡାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ