ଇଲେକ୍ଟ୍ରୋ ହୋମିଓପାଥିକର ଉଦ୍ଭାବକ କାଉଣ୍ଟସିଜର ମେଟ୍ଟିଙ୍କ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଇଲେକ୍ଟ୍ରୋ ହୋମିଓ ଚିକିତ୍ସକ ସଂଘ ପକ୍ଷରୁ ଇଲେକ୍ଟ୍ରୋ ହୋମିଓପାଥିକର ଉଦ୍ଭାବକ ଡାକ୍ତର କାଉଣ୍ଟ ସିଜର ମେଟ୍ଟିଙ୍କ ୨୧୪ତମ ଜୟନ୍ତୀ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପରେ ପାଳିତ ହୋଇାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ବିନା ସହାୟତାରେ କେବଳ ଚିକିତ୍ସକଙ୍କ ଉତ୍ସର୍ଗୀକୃତ ସେବା ଇଲେକ୍ଟ୍ରୋ ହୋମିଓପାଥିକକୁ ଜନସାଧାରଣରେ ଆଦୃତ କରିପାରିଛି ବୋଲି କହିଥିଲେ ।ଏହି ଚିକିତ୍ସା ବ୍ୟବସ୍ଥାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିଲେ । ଇଲେକ୍ଟ୍ରୋ ହୋମିଓ ପାଥିକ ଚିକିତ୍ସକ ସଂଘର ରାଜ୍ୟ ସଭାପତି ଡାକ୍ତର ସରୋଜ କୁମାର ସାହୁ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇଲେକ୍ଟ୍ରା ହୋମିଓ ପାଥିକ ଚିକିତ୍ସା ପଦ୍ଧତିର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଡାକ୍ତର ବନମାଳି ବାରିକ, ଡାକ୍ତର ମନୋରଂଜନ ମହାରଣା, ଡାକ୍ତର ରାମଚନ୍ଦ୍ର ପ୍ରଧାନ, ଡାକ୍ତର ପ୍ରଦୀପ କୁମାର ବେହେରା, ଡାକ୍ତର ଚୂଡ଼ାମଣି ପାତ୍ର, ଡାକ୍ତର ପ୍ରଶାନ୍ତ କୁମାର ଦାସ, ଡାକ୍ତର ପରମାନନ୍ଦ ବାଗ ପ୍ରମୁଖ ଏଥିରେ ଯୋଗଦେଇ ଇଲେକ୍ଟ୍ରୋ ହୋମିଓପାଥିକର ଉଦ୍ଭାବକ ଡାକ୍ତର କାଉଂଟ ସିଜ ର ମେଟ୍ଟିଙ୍କ ଜୀବନାଦର୍ଶ ଓ ପ୍ରତିଭା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ସଂଗଠନର ଜିଲା ସମ୍ପାଦକ ଡାକ୍ତର ଅରବିନ୍ଦ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ସଂଘର ସମ୍ପାଦକ ଡାକ୍ତର ପର୍ଶୁରାମ ସେଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଚିକିତ୍ସକ ସଂଘ ପକ୍ଷରୁ କୁରୁଡ଼ା ମହୋତ୍ସବ କମିଟି ଓ ଦୟାଲ ଫାର୍ମାସି ସହଯୋଗରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଡାକ୍ତର ଅରବିନ୍ଦ ପାତ୍ର, ଡାକ୍ତର ରତନ କୁମାର ପାତ୍ର, ଡାକ୍ତର ମନୋରଂଜନ ନାୟକ, ଡାକ୍ତର ହରେକୃଷ୍ଣ ବେହେରା, ଡାକ୍ତର ସଂଯୁକ୍ତା କର, ଡାକ୍ତର ବିଦ୍ୟାଧର ନାୟକ, ଡାକ୍ତର ସୂର୍ଯ୍ୟସ୍ନାତା ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗଦେଇ ରୋଗୀ ପରୀକ୍ଷା ସହ ଔଷଧ ବଂଟନ କରିଥିଲେ । ସମସ୍ତ କାର୍ଯ୍ୟକୁ ଡାକ୍ତର ଅମୀୟ ତାଲଦି, ଡାକ୍ତର ତୃପ୍ତିରଂଜନ ସାହୁ, ଡାକ୍ତର ପ୍ରବୋଧ ପାତ୍ର, ଡାକ୍ତର ନାରାୟଣ ଦାସ, ଡାକ୍ତର ବଳରାମ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ