ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପକ୍ଷରୁ ବନ୍ଧୁମିଳନ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବତନ ସାଂସଦ ତଥା ବିଜେଡି ବାଲେଶ୍ୱର ଜିଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନାଙ୍କ ପକ୍ଷରୁ ନବବର୍ଷର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓଟିରୋଡ଼ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରର ସାମ୍ବାଦିକ ତଥା ଗଣମାଧ୍ୟମ ପ୍ରତିନିଧି ବହୁ ସଂଖ୍ୟାରେ ଏଥିରେ ଯୋଗ ଦେଇଥିଲେ । ଇଂ ଜେନା ଓ ତାଙ୍କ ସହଧର୍ମିଣୀ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଉପସ୍ଥିତ ରହି ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ୨୦୨୩ ବର୍ଷ ସମସ୍ତଙ୍କ ପାଇଁ ଉତ୍କର୍ଷ ତଥା ସଫଳତାର ବର୍ଷ ହେଉ ବୋଲି ଜେନା ଦମ୍ପତି କାମନା କରିଥିଲେ ।


