ଗଞ୍ଜାମ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ

ପୋଲସରା, (ଅନିଲ କୁମାର ମହାରଣା):ମାଣ୍ଡିଆ ଚାଷ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଶ୍ୱ ଖାଦ୍ୟ ସଙ୍ଗଠନ ପର୍ଯ୍ୟନ୍ତ ଉତ୍ସାହିତ କରୁଥିବା ବେଳେ ପୋଲସରା ବ୍ଲକ ସେଥିରେ ପଛରେ ପଡ଼ିନାହିଁ। ସ୍ୱେଚ୍ଛାସେବୀ ସଙ୍ଗଠନ “ଇଣ୍ଡିଆ”, ପୋଲସରା ବ୍ଲକରେ ମାଣ୍ଡିଆ ଚାଷର ପ୍ରସାର ଦାୟିତ୍ୱ ବହନ କରିଥିବା ବେଳେ ଇଣ୍ଡିଆର ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ଅନେକ ପଞ୍ଚାୟତରେ ମାଣ୍ଡିଆ ଚାଷ ହୋଇପାରିଛି। ମାଣ୍ଡିଆ ଅମଳ ସମୟ ହୋଇଥିବା ବେଳେ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ କ୍ରୟ ପାଇଁ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ଜାନୁଆରୀ ୯ ତାରିଖ ଦିନ ଘୋଡାପଲାଣ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାର ପ୍ରଥମ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଡିପିଡ଼ି ଅଜିତ କୁମାର ମହାପାତ୍ର, ଟିଡିସିସି ପକ୍ଷରୁ ରବୀନ୍ଦ୍ର କୁମାର ମୁଣ୍ଡି, ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ସ୍ଥାନୀୟ ସରପଞ୍ଚ ଧୀରେଜ ସେଠୀ, ବାଲିଛାଇ ସରପଞ୍ଚ ସିଲୁ ବେହେରା, ଇଣ୍ଡିଆ ନିର୍ଦ୍ଦେଶକ ଡକ୍ଟର କୁମୁଦ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇଥିବା ବେଳେ ସରକାରୀ ଦରରେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ କରିବା ଆରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ