ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ, ହିଞ୍ଜିଳିକାଟୁ ଙ୍କ ମିଳିତ ଉଦ୍ୟମରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ନିମିନା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଜାନୁଆରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ନିମିନା ସରପଞ୍ଚ ମାମା ସାହୁ, ସରପଞ୍ଚ ପ୍ରତିନିଧି ତାପସ କୁମାର ସାହୁ, ସମିତି ସଭ୍ୟା ଉଷାରାଣୀ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ନୀଳମଣି ସାହୁ, ଅଶୋକ କୁମାର ସାହୁ, ବାଦଲ କୁମାର ସାହୁ, ନାରାୟଣ ପ୍ରଧାନ ଓ ନିମିନା ଯୁବ ବିଜେଡି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମୋଟ ୮୫ ଜଣଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇ ୧୦ ଙ୍କୁ ଚଷମା ପ୍ରଦାନ, ୩୫ ଙ୍କ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା। ୨୫ ଜଣଙ୍କୁ ମାଗଣା ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ୨୧ ଜଣଙ୍କ ଗ୍ଳୁକୋମା ପରୀକ୍ଷା କରଗଲା ଓ ଫୋଟ ସଂଗ୍ରହ କରାଯାଇଥିବା ବେଳେ ୬ ଜଣଙ୍କ ରେଟୈନା ପରୀକ୍ଷା ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ, ଚିଫ ଅପଟୋମେଟ୍ରିଷ୍ଟ ସୁନୀଲ କୁମାର ମହାନ୍ତି, ରୋଜା ପ୍ରଧାନ, ଆରାଧନା ସାହୁ, ସତ୍ୟଭାମା,ଚକ୍ଷୁ ଟେକ୍ନିସିଆନ ଇପିଲି ସାକିଲ ଶିବିରରେ ରୋଗୀଙ୍କ ଚକ୍ଷୁ ପରିକ୍ଷାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ