ତାମ୍ବୀରି ଉ.ପ୍ରା. ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ତାମ୍ବୀରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାନୁଆରୀ ୧୩ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥିଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା, ସିଆରସିସି ଶଶିକାନ୍ତ ପାତ୍ର, ମଙ୍ଗରାଜପୁର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଖଡଙ୍ଗା, ମାଣିତରା ସ୍କୁଲର ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ରାଉତ, ସିଆରସିସି ଆଶୁତୋଷ ମିଶ୍ର, ଏସଏମସି ସଭାପତି ଦେବ ପ୍ରସାଦ ନାୟକ, ସମାଜସେବୀ ସୁନୀଲ କୁମାର ପ୍ରଧାନ ଓ ସନ୍ତୋଷ କୁମାର ପରିଡା, ମାଣିତରା ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା ଏବଂ ସମିତି ସଭ୍ୟ ଜୟଦେବ ପ୍ରଧାନ ଯୋଗାଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ସହକାରୀ ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନ୍ୟତମ ସହକାରୀ ଶିକ୍ଷକ ପ୍ରଦୀପ କୁମାର ସେଠୀ ଓ ଶିକ୍ଷୟିତ୍ରୀ କବିତରାଣୀ ସୁବୁଦ୍ଧି ପରିଚାଳନାରେ ସଗାଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ