ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଜାନୁଆରୀ ୧୫ ତାରିଖ ଦିନ ବୁଗୁଡା ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ ଜନସାଧାରଣଙ୍କ ସମସ୍ୟା ବୁଝିଥିବା ଜଣାପଡିଛି। ବୁଗୁଡା ବ୍ଳକ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ, ଭାମଶ୍ୟାଳୀ ଗ୍ରାମରେ ସୂଚନା ଓ ସୁବିଧା କେନ୍ଦ୍ର, ରାମଣ୍ଡା ଗ୍ରାମରେ ମିଶନ ଶକ୍ତି ଗୃହ ଓ ଗୋଳାବନ୍ଧ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଉଦଘାଟନ କରିଥିଲେ। ବେତାରସିଂ ଗ୍ରାମରେ ଶ୍ରୀ ବାଲାଜୀ ସ୍ୱାମୀ ବଜାର ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସୋଲଣ୍ଡି ଗ୍ରାମରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରିବା ସହ ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ। ଏଥି ସହ ଗସ୍ତ କରିଥିବା ସମସ୍ତ ଗ୍ରାମରେ ଉନ୍ନୟନ କାର୍ଯ୍ୟ ବିଷୟରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ମନ୍ତ୍ରୀଙ୍କ ସହ ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ଚାନ୍ଦିନୀ ନାୟକ, ଗୋଳାବନ୍ଧ ସରପଞ୍ଚ ମଉନା ଜେନା, ଟୁକୁନା ଜେନା, ପୂର୍ବତନ ସରପଞ୍ଚ ବସନ୍ତ ସାମଲ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ