ଗୁମ୍ମାରେ ବ୍ଲକ ସ୍ତରୀୟ ଭଲୀବୋଲ ଓ କବାଡ଼ି କ୍ରୀଡ଼ା ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ହେବାକୁ ଥିବା ବିଶ୍ୱ କପ ହକି ପ୍ରତିଯୋଗିତାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।ସେହିପରି ରାଜ୍ୟର ସମସ୍ତ ଜିଲ୍ଲା ତଥା ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଭଲିବୋଲ ଓ କବାଡ଼ି କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷା ସୁନେମି ମଣ୍ଡଳ,ଏବିଡ଼ିଓ ବିପ୍ର ଚୋରଣ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ରେଣୁକା ପାତ୍ର, ଅତିରିକ୍ତ ଜିପିଓ ବି ଶଙ୍କର ରାଓ, ଗୁମ୍ମା ସମିତି ସଭ୍ୟା ସିଂଧାରାଣୀ ପାଣି,ଅତିନିୟଲ ନାୟିକା,ପିଡ଼ି ଶିକ୍ଷକ ଓ ସମସ୍ତ ସରପଞ୍ଚ/ସମିତି ସଭ୍ୟ ଯୋଗ ଦେଇଥିଲେ।ପ୍ରେତ୍ୟକ ପଞ୍ଚାୟତ ସ୍ତରର ବିଜେତା ଖେଳାଳି ମାନେ ବ୍ଲକ ସ୍ତରୀୟ କ୍ରୀଡ଼ା ଉତ୍ସବରେ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତ ସ୍ତରରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଖେଳାଳି ମାନେ ମିନି ଷ୍ଟାଡିୟମରେ ଖେଳ ପଦର୍ଶନ କରିବା ସହ ବିଭିନ୍ନ ବିଦ୍ୟାଳୟର ଖେଳାଳି ମାନେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା ଖେଳ ପଡ଼ିଆ ଠାରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବରେ ଯୋଗ ଦେଇଥିଲେ।ସାମୁହିକ ଖେଳାଳି ମାନଙ୍କ ମଧ୍ୟରେ ବିଜେତା ଦଳକୁ ଦେବିଗିରି ଉତ୍ସବ ୨୦୨୨-୨୩ରେ ପୁରସ୍କୃତ କରାଯିବ ବୋଲି ବିଡ଼ିଓ ଅନୁପ ଅଭିଷେଖ ବେହେରା କହିଛନ୍ତି।ଦୁଇ ବର୍ଷ ହେଲା କରନା ମହାମାରୀ ଯୋଗୁଁ ଏହି କ୍ରୀଡ଼ା ଓ ଦେବଗିରି ଉତ୍ସବ ବନ୍ଦ ରହିଥିଲା କିନ୍ତୁ ଚଳିତବର୍ଷ ମୁକ୍ତ କୋଟକଣା ହେତୁ ଉତ୍ସାହର ସହ ଉତ୍ସବ ପାଳନ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷା ଶ୍ରୀମତୀ ମଣ୍ଡଳ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ