କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ୱର୍ଗତ ଡଃ. କିଶୋର ଚନ୍ଦ୍ର ସାହୁଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ତିନିମୁହାଣିସ୍ଥିତ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଅଜୟ କୁମାର ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ଡଃ. ରାମଚନ୍ଦ୍ର ବେହେରା, ଡଃ. ବିନାୟକ ଦାଶ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ତପନ ପତି, ରମେଶ ଜେନା, ଡଃ. ଗିରିଶ ଚନ୍ଦ୍ର ପାତ୍ର, ବିପିନବିହାରୀ ବାରିକ, ଚିତ୍ତରଞ୍ଜନ ନାୟକ, ଦୁର୍ଯ୍ୟୋଧନ ପରିଡା, ଲକ୍ଷ୍ମୀପ୍ରିୟା ନାୟକ, ପୁଣ୍ୟଶ୍ଳୋକ ନାୟକ, ସୋନାଲୀ ମହାପାତ୍ର, ରବୀନ୍ଦ୍ର ଦାଶ, ରାଜେଶ ପଣ୍ଡା, ଅଶୋକ ବଳ, ନିରାକାର ବରାଳ, ମହେନ୍ଦ୍ର ମିଶ୍ର, ପ୍ରଦୀପ୍ତ କିଶୋର ସାହୁ, ଅମୁଲ୍ୟ ସାମନ୍ତରାୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁ ଜଣେ ନିର୍ବିବାଦୀୟ, ଛାତ୍ରବତ୍ସଳ, ନିରହଙ୍କାରୀ, ସୁପ୍ରଶାସକ ଥିବା ସହ ଜଣେ ଦରଦୀ ମଣିଷ ହିସାବରେ ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କ ହୃଦୟକୁ ଜୟ କରିପାରିଥିଲେ ବୋଲି ମତବ୍ୟକ୍ତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ