ବଞ୍ଚୋରେ ପ୍ରଭୁ ଦଧିବାବନଜୀଉଙ୍କ ଦ୍ୱାଦଶତମ ବାର୍ଷିକ ଉତ୍ସବ ୧୬ରୁ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଥିବା ପ୍ରଭୁ ଦଧିବାବନଜୀଉଙ୍କ ଦ୍ୱାଦଶ ବାର୍ଷିକ ଉତ୍ସବ ଆସନ୍ତା ୧୬ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ତିନିଦିନ ବଞ୍ଚୋ ଗ୍ରାମଟି ଉତ୍ସବ ମୁଖରୀତ ହୋଇ ଉଠିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ସମାପ୍ତ ହୋଇଛି । ମନ୍ଦିର ପରିବେଶକୁ ସୁନ୍ଦର ଭାବେ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ୧୬ତାରିଖ ଦିନ ପ୍ରତ୍ୟୁଷରୁ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ସହିତ ତିନିଦିନ ବ୍ୟାପି ହୋମଯଜ୍ଞ କରାଯିବ । ୧୬ତାରିଖ ସନ୍ଧ୍ୟାରେ ରବିନାରାୟଣ ମହାପାତ୍ରଙ୍କ ଭଜନ ଗ୍ରୁପ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ତାରିଖ ଦିନ ଓଡିଶାର ପ୍ରତିଷ୍ଠିତ ଗାୟକ ସୌରଭ ନାୟକ ଓ ୧୮ତାରିଖ ଦିନ ଗାୟକ ନରେନ୍ଦ୍ର କୁମାର ଓ ଦମନ ଚଳଚିତ୍ରର କଣ୍ଠଦାନ କରିଥବବା ଗାୟକ ସରୋଜ ଓ ତାଙ୍କ ସାଥିଙ୍କ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତିନିଦିନ ବ୍ୟାପି ମହାପ୍ରସଦ ସେବନର ବ୍ୟବସ୍ଥା କରାଯାଇଥିବା ବଞ୍ଚୋ ଗ୍ରାମବାସୀଙ୍କ ପକ୍ଷରୁ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ