ହନୁମାନଙ୍କ ପ୍ରାସାଦ ରତ୍ନମୁଦ ପ୍ରତିଷ୍ଠା ପାଇଁ କଳସ ଯାତ୍ରା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ତେଲୁଗୁନୂଆଗାଁ ଗ୍ରାମରେ ଶ୍ରୀ ହନୁମାନ ଙ୍କ ନୂତନ ପ୍ରାସାଦ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଅବସରରେ ରବିବାର ପୁଣ୍ୟତୟା ଋଷୁକୁଲ୍ୟା ନଦୀ ତଟରେ ଗ୍ରାମର ପୁରୁଷ ,ମହିଳା ,ଯୁବକ ଓ ଯୁବତୀ ଏକତ୍ରିତ ହୋଇ ,ପୂଜାର୍ଚ୍ଚନା ପରେ ସମସ୍ତେ କଳସ ଧରି ଶୋଭାଯାତ୍ରା କରି ବାହାରିଥିଲେ l ବାଦ୍ୟ ,ବାଜଣା ବଜାଇ ସମସ୍ତେ ଗ୍ରାମର ପ୍ରତ୍ୟେକ ସାହି ପରିକ୍ରମା କରି ଶେଷରେ ଅଗସ୍ତିଶ୍ୱର ମନ୍ଦିର ନିକଟ ନୂତନ ହନୁମାନ ମନ୍ଦିର ନିକଟରେ ପହଁଚି ,ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଯଜ୍ଞ ମଣ୍ଡପ ନିକଟ କଳସ କୁ ବିରାମ ଦିଆଯାଇଥିଲା l ଏହି ପ୍ରତିଷ୍ଠା ଉତ୍ସଵ ଆସନ୍ତା କାଲି ଅର୍ଥାତ ୧୬ ତାରିଖରୁ ଆରମ୍ଭ ହୋଇ ୨୪ ପ୍ରହର ନାମଯଜ୍ଞ, ଘୃତଯଜ୍ଞ,ଅନ୍ନଯଜ୍ଞ ହେବା ସହ ୧୮ ତାରିଖରେ ସମାପନ ହେବ l ୧୯ ତାରିଖରେ ନଗର ଭ୍ରମଣ ସହ ଯମୁନା ସ୍ନାନ ହେବ ବୋଲି ତେଲୁଗୁନୂଆଗାଁ ଗ୍ରାମବାସୀ ସୂଚନା ଦେଇଛନ୍ତି l ତାରିଖରେ ନଗର ଏଥିରେ ମୁଖ୍ୟପୁରଧ୍ୟା ପଣ୍ଡିତ ଶ୍ରୀ ସୁରେଶ ଚନ୍ଦ୍ର ଦାଶଶର୍ମା ,ପ୍ରଚାରକ ପଣ୍ଡିତ ଶ୍ରୀ ଜଗନ୍ନାଥ ଶତପଥୀ , ପଣ୍ଡିତ ସନ୍ତୋଷ କୁମାର ପଣ୍ଡା ,ପଣ୍ଡିତ କେଦାରନାଥ ପଣ୍ଡା ,ପଣ୍ଡିତ ଅନୀଲ କୁମାର ପଣ୍ଡା ଓ ସମସ୍ତ ପୁରୋହିତ ଜ୍ଞାନୀଗୁଣି ପଣ୍ଡିତମାନଙ୍କ ତତ୍ୱବଧାନରେ ଅନୁଷ୍ଠିତ ହେବ l ଉକ୍ତ ଉତ୍ସବରେ କର୍ତ୍ତା ଭାବେ ଲିଙ୍ଗରାଜ ଦାସ ,ଅର୍ଜୁନ ଦାସ ,ତ୍ରିନାଥ ମହାରଣା ,ତାରିଣୀ ମହାରଣା ,ବାବୁ ରାଓ କାର୍ଯ୍ୟ ସମ୍ପାଦନ କରିବେ l ଏହି ପ୍ରତିଷ୍ଠା ଉତ୍ସବକୁ ତେଲୁଗୁନୂଆଗାଁ ଗ୍ରାମବାସୀ ଆୟୋଜନ କରୁଥିଲା ବେଳେ ନିଜ ଗ୍ରାମ ହୋଇଥିବାରୁ ଛତ୍ରପୁର ବ୍ଲକ୍ ଅଧକ୍ଷାଙ୍କ କିରଣ କୁମାରୀ ଦାସ କଳସ ଯାତ୍ରାରେ ଅଂଶ ଗ୍ରହଣ କରିବା ସହ ପୂର୍ବତନ ଜିଲ୍ଲାପରିଷଦ ମୁନା ଦାସ ଓ ସରପଞ୍ଚ ଙ୍କ ପ୍ରତିନିଧି ତଥା ଯୁବନେତା ବାପି ଦାସ ପୁନଃ ସହଯୋଗର ହାତ ବଢାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ