ଦିଗପହଣ୍ଡି ନଗର କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ରାଜବାଟି ପରିସର ରେ ଥିବା ରାମଚନ୍ଦ୍ର କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ଏନ୍ ଏ ସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ଆୟୋଜିତ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ।ନଗର କଂଗ୍ରେସର ବହୁ କାର୍ଯ୍ୟକର୍ତ୍ତା, କାଉନସିଲର ,ପୁର୍ବତନ କାଉନସିଲର ଓ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବ୍ୟବହିତ ପୁର୍ବରୁ ମଞ୍ଚାସୀନ ଦଳୀୟ ନେତୃବୃନ୍ଦ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦିଗପହଣ୍ଡି ସହରବାସୀ କଂଗ୍ରେସକୁ ଭଲ ପାଇଛନ୍ତି।ସେଥିପାଇଁ ଗଞ୍ଜାମ ଜିଲା ରେ ବିଜେଡିର ଜୟଯାତ୍ରା ଚାଲିଥିବା ବେଳେ,ସ୍ଥାନୀୟ ଏନ୍ ଏ ସି ଅଧିବାସୀ ବିଜେଡି ର ସମସ୍ତ ରଣକୌଶଳକୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସକୁ ବିଜୟୀ କରି ଇତିହାସ ରଚନା କରିଛନ୍ତି। ସେଥିପାଇଁ ସହରର ବିକାଶ ପ୍ରକ୍ରିୟା ରେ ଏନ୍ ଏ ସି ପ୍ରଶାସନ କଣ୍ଟା ସାଜିଛି।ଦିଗପହଣ୍ଡି ର ରାଜନୈତିକ ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଦୀର୍ଘ ୩୫ ବର୍ଷ ହେଲା ଦିଗପହଣ୍ଡି ମାଟିରେ ବାହାର ଲୋକଙ୍କ ରାଜୁତି ଚାଲିଛି।ଫଳରେ ଦିଗପହଣ୍ଡି ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ପାନୀୟ ଜଳ ସମସ୍ୟା ଏବେବି ସମାଧାନ ହୋଇପାରିନି।ଦରଦାମ ବୃଦ୍ଧି,ବେକାରୀ ସମସ୍ୟା,ବେରୋଜଗାରୀ ଭଳି ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ଦେଶୀ ବିଦେଶୀ ମଦ ର ଅବାଧ କାରବାର ଯୋଗୁଁ ସାମାଜିକ ଅବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସଭାରେ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଏଭଳି ଅଭିଯୋଗ କରିଥିଲେ।ଉପ-ନଗରପାଳ କେ.ପୁଜା, ଗଞ୍ଜାମ ଜିଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ନଗର କଂଗ୍ରେସ ସଭାପତି ତଥା କାଉନସିଲର ଦୀପକ କୁମାର ମିଶ୍ର,ସନ୍ତୋସୀନି ବେହେରା,ଇ.ଗାୟତ୍ରୀ,ମାମୀନି ବେହେରା , ସୁନିଲ କୁମାର ପଣ୍ଡା ଙ୍କ ସମେତ କଂଗ୍ରେସ ଦଳର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଜଗବନ୍ଧୁ ମିଶ୍ର,ଲବ ମହାନ୍ତି,କାଳୁ ଚରଣ ପାଣିଗ୍ରାହୀ, ଓ କର୍ମୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


