ସଲମାନ୍ ଓ ସନ୍ନି ନମ୍ବର ୱାନ୍‌

“ୟାହୁ ଇଣ୍ଡିଆ’ର “ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍‌’ ସାମ୍ନାକୁ ଆସିଛି । ଏଥିରେ ଇଣ୍ଟରନେଟ୍‌ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି । ଆଉ ସେମାନେ ହେଲେ ବଲିଉଡର “ଦବଙ୍ଗ ଖାନ୍‌’ ସଲମାନ୍ ଓ ହଟ୍ ନାୟିକା ସନ୍ନି ଲିଓନ ।
ଏହି ତାଲିକା ଅନୁୟାୟୀ, ଚଳିତ ବର୍ଷ ଇଣ୍ଟରନେଟ୍‌ରେ ସଲମାନ୍ ଓ ସନ୍ନିଙ୍କୁ ଲୋକମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଛନ୍ତି । ପୁରୁଷ ସେଲେବ୍ରିଟିଙ୍କର କ୍ଷେତ୍ରରେ ସଲମାନ୍‌ଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ସେହିପରି ତୃତୀୟ ନମ୍ବରରେ ଅକ୍ଷୟ କୁମାର ଅଛନ୍ତି । ଅନ୍ୟପକ୍ଷରେ ସନ୍ନି ଲିଓନ ୨୦୨୯ର ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ମହିଳା ସେଲେବ୍ରିଟିଙ୍କ ତାଲିକାରେ ନମ୍ବର ୱାନରେ ରହିଛନ୍ତି । ସେହିପରି ପ୍ରିୟଙ୍କା ଚୋପ୍ରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରାକ୍ଷୀ ସାୱନ୍ତ ତୃତୀୟ ଓ ଦୀପିକା ପାଦୁକୋନ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହା ପୂର୍ବଥର ମଧ୍ୟ ସନ୍ନି ଓ ସଲମାନ୍ ଏହି ତାଲିକାର ନମ୍ବର ୱାନରେ ଥିଲେ ।
ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନ ଚଳିତ ବର୍ଷର ଷ୍ଟାଇଲ୍ ଆଇକନ୍ ହୋଇଥିବାବେଳେ ନବାଗତା ଅଭିନେତ୍ରୀ ସାରା ଅଲୀ ଖାନ୍ ଲେଡି ଷ୍ଟାଇଲ୍ ଆଇକନର ଟାଇଟଲ୍ ପାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ