ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ୩-୦ରେ ବିଜୟୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍‌ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ପଶ୍ଚିମବଙ୍ଗ ଫୁଟବଲ ଖେଳାଳି ତଥା ସନ୍ତୋଷ ଟ୍ରଫିର ପ୍ରାକ୍ତନ ଗୋଲକିପର ଗୋପବନ୍ଧୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଦ୍ୱାରା ନୂତନ ଫୁଟବଲ ଖେଳାଳିଙ୍କ ସୃଷ୍ଟି ହେବା ସହ କେନ୍ଦ୍ରାପଡାର ସମ୍ମାନ ବୃଦ୍ଧି ପାଇ ପାରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଆନ୍ତର୍ଜାତୀୟ ଫୁଟବଲ ତଥା ସନ୍ତୋଷ ଟ୍ରଫିର ଖେଳାଳି ମହମ୍ମଦ ଜବାର, ଓଡିଶା ଫୁଟବଲ ଆସୋସିଏସନର ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ଘଡେଇ, ସନ୍ତୋଷ ଟ୍ରଫିର ପୂର୍ବତନ ଖେଳାଳି ତଥା ବରିଷ୍ଠ ଓ କନିଷ୍ଠ ରାଜ୍ୟ ଫୁଟବଲ ମନୋନୟନ କମିଟି ସଭ୍ୟ କାର୍ତ୍ତିକ ବେହେରା, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ କଟକର ଇଣ୍ଡିପେଣ୍ଡେନସ କ୍ଲବକୁ ୩-୦ଗୋଲରେ ହରାଇ ଚମ୍ପିୟନ ହୋଇଥିଲା । ଓଡିଶା ଫୁଟବଲ ସଙ୍ଘର ରାଜ୍ୟ ରେଫରୀ ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ଏହି ଅବସରରେ ଅତିଥିମାନେ ଚମ୍ପିୟନ ଦଳ ଲେବର ସ୍ପୋଟିଂ କ୍ଲବକୁ ଟ୍ରଫି ସହ ନଗଦ ୨୧ହଜାର ଟଙ୍କା ଓ ରନର୍ସଅପ ଦଳ ଇଣ୍ଡିପେଣ୍ଡେନସ କ୍ଲବକୁ ଟ୍ରଫି ସହ ନଗଦ ୧୬ହଜାର ଟଙ୍କା ପ୍ରଦାନ କରିଥିଲେ । ଏଥିସହିତ ପୂର୍ବତନ ଫୁଟବଲ ଖେଳାଳି ଓ ଲକି ସ୍ପୋଟିଂ କ୍ଲବର ସମସ୍ତ ସଭ୍ୟମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବିର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୟଦ ଅବଦୁଲ ସତ୍ତାର, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ସେକ ଗୋଫ୍ରାନ, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଦିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଦିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ