ବେଲଗୁଣ୍ଠା ବ୍ଳକ୍ ରେ ଉତ୍ସାହର ସହିତ ପାଳିତ ହେଲା ୭୪ ତମ ସାଧାରଣତନ୍ତ୍ର ଦିବସ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନରେ ୭୪ ତମ ସାଧାରଣତନ୍ତ୍ର ଦିବସ ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି I ବ୍ଳକ୍ ର ଗୋବରା ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ,କ୍ଷତ୍ରିୟବରପୁର ଉଚ୍ଚ ବିଦ୍ୟାଳୟରେ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ, ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଷମା ନନ୍ଦ, ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ସଭାପତି ନୀଳମଣି ବିଷୋୟୀ, ଗାଙ୍ଗପୁର ଥାନା ଓ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ,ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ବାସନ୍ତୀ ଡାକୁଆ,ସେବା ସମବାୟ ସମିତି କାର୍ଯ୍ୟାଳୟରେ ସଭାପତି ପ୍ରଫୂଲ୍ଲ ସ୍ୱାଇଁ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ପାଣ୍ଡବ ସ୍ୱାଇଁ, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଗୋପନଗର ବିଦ୍ୟାଳୟରେ ଶୀତଳ ପ୍ରସାଦ ଜେନା, ବୋରୀରେ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ,କ୍ଷତ୍ରିୟବରପୁର ବୁଢାକେନ୍ଦୁ ଶିଳ୍ପ ତାଲିମ୍ କେନ୍ଦ୍ରରେ ସମ୍ପାଦକ ଚିତ୍ତରଞ୍ଜନ ରଥ, ଝାଡ଼ବନ୍ଧ ଶ୍ରୀ ଶ୍ରୀ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ ପଟ୍ଟନାୟକ,ଗୋବରା ବିଦ୍ୟାଳୟରେ ସମିତି ସଭ୍ୟ ବିଭୁପାଦ ଜେନା,ପାଇଲିପଡା ପଞ୍ଚାୟତ ଠାରେ ସରପଞ୍ଚ ଜୟରାମ ନାୟକ, ଶାସନ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ବିଷୋୟୀ, କ୍ଷତ୍ରିୟବରପୁର ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମଣ ପଣ୍ଡା,ପାଇଲିପଡା ଠାରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ, ପାଇଲିପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡଃ ସରୋଜ କୁମାର ପ୍ରଧାନ, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ଃ ବି.ଗୋବିନ୍ଦ ରାଓ,ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ଧାନପୁଞ୍ଜା ବିଦ୍ୟାଳୟରେ ବାଲକୃଷ୍ଣ ସାବତ,ନୁଆଁଗଡ଼ ବିଦ୍ୟାଳୟରେ ସୀମାଞ୍ଚଳ ପ୍ରଧାନ,ଖଇରପୁଟି ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସତ୍ୟବାନ୍ ସ୍ୱାଇଁ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ