ନାଉଗାଁହାଟ ହାଇସ୍କୁଲର ୧୯୭୪ ବ୍ୟାଚର ବଂଧୁମିଳନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ୧୯୭୪ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କ ବଂଧୁମିଳନ ଉତ୍ସବ ସ୍ଥାନୀୟ ସାଧୁଗୋସ୍ୱାମୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ବ୍ରଜମୋହନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ପ୍ରଥମେ ଦିବଂଗତ ବନ୍ଧୁ ଓ ଶିକ୍ଷକମାନଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପୁରାତନ ଛାତ୍ରଛାତ୍ରୀମାନେ ଏକତିତ୍ର ହୋଇ ବୟସର ଅପରାହ୍ନରେ ସ୍କୁଲ ବନ୍ଧୁମାନଙ୍କ ସହ ସମୟ କଟାଇବାର ଉପାଦେୟତା ସଂର୍ପକରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ପଣ୍ଡିତ ଶଶୀଭୂଷଣ ଷଡଙ୍ଗୀ, କୈଳାଶ ଚନ୍ଦ୍ର ମିଶ୍ର, ନରେନ୍ଦ୍ର କୁମାର ରାଉତରାୟ, ଅନାଦି ଚରଣ ପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦିପ ସ୍ୱାଇଁ, ରମେଶ ଚନ୍ଦ୍ର ବାରିକ, ବିଚିତ୍ରାନନ୍ଦ ଲେଙ୍କା, ସାନ୍ତୋନା ମହାନ୍ତି, ରୂପଶ୍ରୀ ଦାସ, ରଂଜନ ସ୍ୱାଇଁ, ରତ୍ନାକର ସାହୁ, ପ୍ରତାପ କୁମାର ଦାସ, କୈଳାସ ଚନ୍ଦ୍ର ସାହୁ, ସଂଧ୍ୟାରାଣୀ ଦାସ, ପ୍ରମୋଦ ପରିଡା, ବିଜନ କୁମାର ଦାସ, ପ୍ରତିମା ଦାସ ସମେତ ୩୫ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।


